ମହିଳାଙ୍କ ପାଇଁ ନୂଆ ଯୋଜନା ଆଣିବେ ରେଖା ସରକାର, ମାସକୁ ମିଳିବ.....
ଦିଲ୍ଲୀର ରେଖା ଗୁପ୍ତା ସରକାର ଶପଥ ନେବା ପରେ ଆକ୍ସନ ମୋଡରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଶୁକ୍ରବାର ଏକ ବଡ଼ ପ୍ରଶାସନିକ ଅଦଳବଦଳ କରିଛନ୍ତି । ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସେମାନଙ୍କର ମୂଳ ବିଭାଗରେ ରିପୋର୍ଟ କରିବାକୁ କୁହାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ଷ୍ଟାଫ୍ଙ୍କ ସେବା ମଧ୍ୟ ସମାପ୍ତ କରାଯାଇଛି ।
ଅନ୍ୟପକ୍ଷରେ ମହିଳାଙ୍କ ପାଇଁ ନୂଆ କିଛି କରିବାକୁ ଯୋଜନା କରୁଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଆଉ ଆଜି ନୂଆ ଯୋଜନା ବାବଦରେ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଦିଲ୍ଲୀ ମହିଳାଙ୍କ ପାଇଁ 'ମହିଳା ସମ୍ମାନ' ଯୋଜନା ଲାଗୁକରାଯିବ । ଯେଉଁଥିଲେ ମାସିକ ୨୫୦୦ ଟଙ୍କା ଲେଖାଏଁ ମହିଳାଙ୍କୁ ଦିଆଯିବ ।

ନିର୍ବାଚନୀ ଇସ୍ତାହାରରେ ଏହି ପ୍ରତିଶ୍ରୁତି ବିଜେପି ଦେଇଥିଲା ଆଉ ସରକାର ଆସିବା ପରେ ଏହି ପ୍ରତିଶ୍ରୁତିକୁ ପାଳନ କରିବା ଦିଗରେ କାମ ଆରମ୍ଭ ହେଉଥିବା ସୂଚନା ମିଳିଛି । ତା ସହ ଆଗକୁ ଦିଲ୍ଲୀରେ ବଜେଟ ଅଧିବେଶନ ଥିବାରୁ ସେନେଇ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଆଜି ବୈଠକ ଡାକିଛନ୍ତି ।












Click it and Unblock the Notifications