ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମିଳିବ 5 ଲକ୍ଷ
ଅକ୍ସିଜେନ୍ ଅଭାବରେ ମୃତ୍ୟୁବରଣ କରିଥିବା କରୋନା ରୋଗୀଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଅନୁଦାନ ଦିଆଯିବ
ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ବିଶେଷ କରି ଅକ୍ସିଜେନ୍ ଅଭାବରେ ଅନେକ ଲୋକଙ୍କର ମୃତ୍ୟୁ ଅଧିକ ହେଉଛି। ଏହାରି ଭିତରେ ଦିଲ୍ଲୀ ସରକାର ଆଜି ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଅକ୍ସିଜେନ୍ ଅଭାବରେ ମୃତ୍ୟୁବରଣ କରିଥିବା କରୋନା ରୋଗୀଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଅନୁଦାନ ଦିଆଯିବ।

ଏଥିପାଇଁ ଆମ୍ ଆଦମୀ ପାର୍ଟି ଏକ ସ୍ୱତସ୍ତ୍ର କମିଟି ପ୍ରସ୍ତୁତ କରିଛନ୍ତି। ତେବେ କେଉଁମାନଙ୍କୁ ଏହି ରାଶି ପ୍ରଦାନ କରାଯିବ ସେ ନେଇ ଏହି କମିଟି ତଦାରଖ କରିବ। ଏହି କମିଟିରେ 6ଜଣ ଡାକ୍ତର ରହିବେ ବୋଲି ସୂଚନା ରହିଛି।
ତେବେ ସରକାରଙ୍କ ପକ୍ଷରୁ ଆଜି ଏକ ଆଦେଶ ଜାରି କରାଯାଇଛି। ଗଠିତ କମିଟି ପାଖରେ ଅକ୍ସିଜେନ୍ ସପ୍ଲାଏ ଠାରୁ ଆରମ୍ଭ କରି ଏହାର ଷ୍ଟୋରେଜ୍ ସମ୍ବନ୍ଧିତ ସବୁପ୍ରକାରର ଦସ୍ତାବିଜ୍ ର ସୂଚନା ଯାଞ୍ଚ କରିବାର ଅଧିକାର ରହିବ। କମିଟି ଏହା ମଧ୍ୟ ଯାଞ୍ଚ କରିବ ଯେ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ମହଜୁଦ୍ ଅଛି କି ନାହିଁ। ଆଉ ପ୍ରତି ସପ୍ତାହରେ ଏ ସମ୍ପର୍କିତ ରିପୋର୍ଟ ପ୍ରମୁଖ ସଚିବକୁ ଦିଆଯିବ।












Click it and Unblock the Notifications