ବଦଳିଲା ସ୍କୁଲରେ ନାମ ଲେଖା ନିୟମ; ଏଣିକି ପ୍ରଥମ ଶ୍ରେଣୀ ପାଇଁ ଏତିକି ବର୍ଷ ହେବା ଆବଶ୍ୟକ
ଦିଲ୍ଲୀ ସରକାର ନିଜର ସରକାରୀ ସ୍କୁଲରେ ଆଡମିସନ୍ ପକ୍ରିୟାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶିକ୍ଷା ନିର୍ଦ୍ଦେଶାଳୟ ଶିକ୍ଷଣୀୟ ଅଧିବେଶନ ପାଇଁ ନୂଆ ନିୟମ ଜାରି କରିଛନ୍ତି। ଏହା ଅନୁସାରା ଏବେ ପ୍ରଥମ ଶ୍ରେଣୀରେ ଆଡମିସନ୍ ପାଇଁ ଶିଶୁଙ୍କର ସର୍ବନିମ୍ନ ବୟସ ୬ ବର୍ଷ ଓ ସର୍ବାଧିକ ୭ ବର୍ଷ ଧାର୍ଯ୍ୟ କରାଯାଇଛି।
ଏହି ପରିବର୍ତ୍ତନ ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ ଓ ଶିକ୍ଷାର ଅଧିକାର ଅଧିନିୟମ ୨୦୦୯ ଅନୁରୂପ କରାଯାଇଛି। ଶିକ୍ଷା ବିଭାଗର କହିବା ଅନୁସାରେ ଏହି ନିଷ୍ପତ୍ତି ଶିଶୁଙ୍କ ମାନସିକ, ଭାବନାତ୍ମକ ଓ ସାମାଜିକ ବିକାଶକୁ ଧ୍ୟାନରେ ରଖି ନିଆଯାଇଛି। ଫଳରେ ଔପଚାରିକ ଶିକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।ଦିଲ୍ଲୀ ସରକାର ଦ୍ବାରା ଜାରି ହୋଇଥିବା ନୂଆ ସର୍କୁଲାରରେ ପ୍ରି ସ୍କୁଲ ଠାରୁ ଆରମ୍ଭ କରି ପ୍ରଥମ ଶ୍ରେଣୀ ଯାଏଁ ବୟସ ସ୍ଥିର କରାଯାଇଛି :
ନର୍ସରୀ (ପ୍ରି ସ୍କୁଲ ୧): ୩ରୁ ୪ ବର୍ଷ
ଏଲକେଜି : ୪ ରୁ ୫ ବର୍ଷ
ୟୁକେଜି : ୫ ରୁ ୬ ବର୍ଷ
ପ୍ରଥମ ଶ୍ରେଣୀ : ୬ରୁ ୭ ବର୍ଷ

ଶିକ୍ଷା ନିର୍ଦ୍ଦେଶାଳୟ କହିଛି ଯେ ସ୍କୁଲ ମୁଖ୍ୟମାନଙ୍କୁ ଏକ ମାସ ପର୍ଯ୍ୟନ୍ତ ବୟସ ଛାଡ଼ ପ୍ରଦାନ କରିବାର ଅଧିକାର ଦିଆଯାଇଛି। ଏହାର ଅର୍ଥ ହେଉଛି ଯଦି କୌଣସି ପିଲାର ବୟସ ନିର୍ଦ୍ଧାରିତ ବୟସ ସୀମାଠାରୁ ଟିକିଏ କମ୍ କିମ୍ବା ଅଧିକ ହୁଏ, ତେବେ ସ୍କୁଲ ମୁଖ୍ୟ ନିଜ ଇଚ୍ଛାରେ ପ୍ରବେଶ ପ୍ରଦାନ କରିପାରିବେ। ଏହା ବ୍ୟତୀତ, ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ଏକ ସ୍ୱୀକୃତିପ୍ରାପ୍ତ ସ୍କୁଲରେ ପାଠପଢ଼ୁଛନ୍ତି ଏବଂ ପରବର୍ତ୍ତୀ ଶ୍ରେଣୀରେ ଯିବାକୁ ଚାହୁଁଛନ୍ତି, ସେମାନଙ୍କୁ ବୟସ ସୀମାରେ ଛାଡ଼ ଦିଆଯିବ ଯାହା ଦ୍ୱାରା ସେମାନଙ୍କର ପାଠପଢ଼ା ବାଧାପ୍ରାପ୍ତ ନହୁଏ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications