ଚିନ୍ତା ବଢାଉଛି H3N2 ଭୂତାଣୁ, ଦିଲ୍ଲୀରେ ଜାରି ହେଲା ସ୍ୱତନ୍ତ୍ର ଆଡଭାଇଜରୀ
H3N2 ଭୂତାଣୁ ପାଇଁ ଦିଲ୍ଲୀ ସରକାର ଜାରି କଲେ ସ୍ୱତନ୍ତ୍ର ଆଡଭାଇଜରୀ । ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ପାଇଁ ଦିଲ୍ଲୀବାସୀଙ୍କୁ ପରମର୍ଶ ଦେଇଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ।

ନୂଆଦିଲ୍ଲୀ:ଚିନ୍ତା ବଢାଉଛି H3N2 ଭୂତାଣୁ । ପାଣିପାଗ ପରିବର୍ତ୍ତନ ହେବା ସହ ବୃଦ୍ଧି ପାଉଛି H3N2 ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ହାଇଆଲାର୍ଟ ପରେ ଦିଲ୍ଲୀରେ ଜାରି ହେଲା ସ୍ୱତନ୍ତ୍ର ଆଡଭାଇଜରୀ । ତେବେ କୋଭିଡ-୧୯ ପରି ଅବସ୍ଥା ସୃଷ୍ଟି ହେବା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହୋଇଛନ୍ତି ଦିଲ୍ଲୀ ସରକାର । ସମସ୍ତ ଡାକ୍ତରଖାନାକୁ ସତର୍କ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକମାନଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ।
ଦିଲ୍ଲୀରେ ଜାରି ହୋଲା ସ୍ୱତନ୍ତ୍ର ସତର୍କତା
H3N2 ଭୂତାଣୁ ପାଇଁ ଦିଲ୍ଲୀ ସରକାର ଜାରି କଲେ ସ୍ୱତନ୍ତ୍ର ଆଡଭାଇଜରୀ । ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ପାଇଁ ଦିଲ୍ଲୀବାସୀଙ୍କୁ ପରମର୍ଶ ଦେଇଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ । ସମସ୍ତ ଡାକ୍ତରଖାନାରକୁ ପ୍ରସ୍ତୁତ ରିବା ପାଇଁ ମଧ୍ୟ କୁହାଯାଇଛି । ସୂଚନା ଅନୁସାରେ, ଦିଲ୍ଲୀ ଲୋକନାଥ ଡାକ୍ତରଖାନାରେ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନ୍ୟାନ୍ୟ ହସ୍ପିଟାଲରେ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଇନଫ୍ଲୁଏଞ୍ଜା ଏବଂ କରୋନା ମାମଲା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ H3N2 ମାମଲା ଦେଶରେ ବଢୁଥିବା କାରଣରୁ ୬ଟି ରାଜ୍ୟକୁ ସତର୍କ ରହିବା ପାଇଁ ପରମର୍ଶ ଦେଇଥିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
ମହାରାଷ୍ଟ୍ରରେ ୩୫୨ ଜଣ ସଂକ୍ରମିତ ଚିହ୍ନଟ
ସେହିପରି ମହାରାଷ୍ଟ୍ରରେ ମଧ୍ୟ ଦିନକୁ ଦିନ ବଗିଡିବାରେ ଲାଗିଛି ସ୍ଥିତି ଯାହାକୁ ନଜରରେ ରହିଛି ହାଇଆର୍ଟ ଜାରି କରିଛନ୍ତି ରାଜ୍ୟ ସରକାର । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତାନାଜି ସାୱନ୍ତ ସୂଚନା ଦେଇଛନ୍ତି ଯେ, H3N2 ମାମଲାକୁ ରୋକିବା ପାଇଁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ଲାଗି ଗାଇଡଲାଇନ୍ ଜାରି କରାଯାଇଛି । ମହାରାଷ୍ଟ୍ରରେ ୩୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications