ବାଣ ତିଆରି, ବିକ୍ରି ଓ ଫୁଟାଇବା ବ୍ୟାନ୍‌ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଏବର୍ଷ ବି ଦୀପାବଳିରେ ବାଣ ଫୁଟାଇପାରିବେନି ଦିଲ୍ଲୀବାସୀ । କାରଣ ଦୀପାବଳିରେ ବାଣ ବିକ୍ରି ଉପରେ ବ୍ୟାନ ଲଗାଇଲେ ଦିଲ୍ଲୀ ସରକାର । ଶୀତଋତୁରେ ଜାତୀୟ ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଅନଲାଇନ୍‌ରେ ବାଣ ବିକ୍ରୟ ତଥା ବିତରଣ ଉପରେ ପ୍ରତିବନ୍ଧକ ଜାରି ରହିବ ।

ବାଣ ବ୍ୟାନ ସମ୍ପର୍କରେ ସୂଚନା ଦେଇ ଗୋପାଲ ରାୟ କହିଛନ୍ତି, "ଶୀତ ଦିନରେ ପ୍ରଦୂଷଣ ସାଂଘାତିକ ସ୍ଥିତି ସୃଷ୍ଟି କରୁଛି। ଶୀତ ସାଙ୍ଗୁକୁ ବାଣରୁ ନିର୍ଗତ ଧୂଆଁ ପ୍ରଦୂଷଣର କାରଣ ସାଜିଛି। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବାଣ ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ ସଂପୂର୍ଣ୍ଣ ଭାବେ ବ୍ୟାନ ଲଗାଯାଇଛି।

Delhi govt bans production sale of firecrackers till Jan 1

ଏହାଦ୍ୱାରା ଲୋକମାନେ ପ୍ରଦୂଷଣରୁ ରକ୍ଷା ପାଇ ପାରିବେ। ବାଣର ଅନଲାଇନ ଡେଲିଭରୀ ଉପରେ ମଧ୍ୟ ରୋକ ଲଗାଯାଇଛି।" ଗୋପାଲ ରାୟଙ୍କ କହିବା କଥା ଯେ ଲୋକମାନେ ଦୀପ ଜାଳି ଓ ମିଠା ବାଣ୍ଟି ଦୀପାବଳି ଉତ୍ସବ ପାଳନ କରନ୍ତୁ। ଆମେ ଉତ୍ସବକୁ ଧୁମଧାମରେ ପାଳନ କରିବା କିନ୍ତୁ ଆମକୁ ପ୍ରଦୂଷଣକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡ଼ିବ।

ବ୍ୟାନ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ପୁଲିସ, ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଓ ରାଜସ୍ୱ ବିଭାଗ ଖୁବଶୀଘ୍ର ମିଳିତ ଭାବେ ଗାଇଡ ଲାଇନ ଜାରି କରିବେ। ଏହି ନିଷେଧାଜ୍ଞା ୧ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ପ୍ରତିବନ୍ଧକକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଦିଲ୍ଲୀ ପୁଲିସ, ଡିପିସିସି ଏବଂ ରାଜସ୍ୱ ବିଭାଗ ସହଯୋଗରେ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଗୋପାଳ ରାୟ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+