ରେଖା ସରକାରଙ୍କ ଐତିହାସିକ ନିଷ୍ପତ୍ତି, କୋଭିଡ୍ ଡ୍ୟୁଟି ସମୟରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ମିଳିବ....
କୋଭିଡ୍-୧୯ ମହାମାରୀ ସମୟରେ ଡ୍ୟୁଟିରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାର ପାଇଁ ଦିଲ୍ଲୀର ବିଜେପି ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କୋଭିଡ୍ ଡ୍ୟୁଟି କରୁଥିବା ସମୟରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ଖୁବ୍ ଶୀଘ୍ର ଏକ କୋଟି ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ଘୋଷଣା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨୦୨୧ମସିହାରେ ସମାନ ଘୋଷଣା କରିଥିଲେ, କିନ୍ତୁ ଆମ ଆଦମୀ ପାର୍ଟି ସରକାର ଆଜି ପର୍ଯ୍ୟନ୍ତ କୋଭିଡ୍ ଡ୍ୟୁଟି କରୁଥିବା ସମୟରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରି ପାରିଲା ନାହିଁ।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ' ଯେ ପରିବାରକୁ କ୍ଷତିପୂରଣ ବଣ୍ଟନ ତ୍ୱରାନ୍ୱିତ କରିବା ପାଇଁ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଛି। ଏହି ଗୋଷ୍ଠୀର କାର୍ଯ୍ୟ ହେଉଛି ସମସ୍ତ ମାମଲା ପୁନଃ ଯାଞ୍ଚ କରିବ ଏବଂ ଯଥାଶୀଘ୍ର କୋଭିଡ୍ ଡ୍ୟୁଟି କରୁଥିବା ସମୟରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ୧ କୋଟି ଟଙ୍କା ପ୍ରଦାନ କରିବ।ଏହି ଅନୁଦାନ ରାଶି କେବଳ ଆର୍ଥିକ ସହାୟତା ନୁହେଁ, ବରଂ କୃତଜ୍ଞତା, ନ୍ୟାୟ ଏବଂ ସଂହତିର ପ୍ରତୀକ ଅଟେ।'












Click it and Unblock the Notifications