ଖୁସି ଖବର: ଏଣିକି ମାଗଣାରେ ଚିନି ଯୋଗାଇ ଦେବେ ସରକାର, ଉପକୃତ ହେବେ ୩ ଲକ୍ଷ ହିତାଧିକାରୀ
Free Sugar: ଏଣିକି ମାଗଣାରେ ଚିନି ଯୋଗାଇ ଦେବେ ସରକାର । ଏଣିକି ଗରିବ ପରିବାରକୁ ମାଗଣାରେ ମିଳିବ ଚିନି । ଏଣିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗରିବ ପରିବାରକୁ ମାଗଣାରେ ଚିନି ଦେବେ । ଏନେଇ ଦିଲ୍ଲୀ କ୍ୟାବିନେଟ ଗୁରୁବାର ମାଗଣା ଚିନି ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛି।
ଏଥିରେ ଉପକୃତ ହେବେ ୨.୮୦ ଲକ୍ଷ ହିତାଧିକାରୀ । ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଗରିବ ପରିବାର ସମ୍ମୁଖୀନ ହେଉଥିବା ଅସୁବିଧାକୁ ହ୍ରାସ କରିବା ଏବଂ ସମସ୍ତଙ୍କ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ।

ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତି ଏବଂ ମୁଦ୍ରାସ୍ଫୀତିରୁ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜକୁ ଧ୍ୟାନରେ ରଖି ଦିଲ୍ଲୀ ସରକାର ଖାଦ୍ୟ ନିରାପତ୍ତାକୁ କାହାର ସମ୍ମୁଖୀନ ନହେବାକୁ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀବାସୀଙ୍କୁ ଏହି ମାଗଣା ଚିନି ବଣ୍ଟନ କରାଯିବ । ଏହି ପ୍ରୟାସରେ, ଏପ୍ରିଲ୍ ୨୦୨୦ ରୁ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ PDS ହିତାଧିକାରୀଙ୍କୁ NFSA ରାସନ ମାଗଣାରେ ବଣ୍ଟନ କରାଯାଇଥିଲା । ଏହା ପରେ ମେ ୨୦୨୧ ରୁ ମେ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।
ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସମସ୍ତ ହିତାଧିକାରୀଙ୍କ ପାଇଁ ଗହମ, ଚାଉଳ ବ୍ୟତୀତ ଦିଲ୍ଲୀ ସରକାର ମାଗଣା ଚିନି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ସରକାର ଅନ୍ତୋଦୟ ଅନ୍ନ ଯୋଜନାର ହିତାଧିକାରୀଙ୍କୁ ଚିନି ସବସିଡି ଯୋଜନା ଅଧୀନରେ ମାଗଣା ଚିନି ଯୋଗାଇବ । ଜାନୁଆରୀ ୨୦୨୩ ରୁ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ଅନ୍ତୋଦୟ ଅନ୍ନ ଯୋଜନା କାର୍ଡଧାରୀଙ୍କୁ ମାଗଣାରେ ଚିନି ବଣ୍ଟନ କରାଯିବ ।
ସରକାରଙ୍କ ଏହି ନିଷ୍ପତ୍ତିରେ ୬୮,୭୪୭ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡଧାରୀଙ୍କ ସମେତ ପ୍ରାୟ ୨,୮୦,୨୯୦ ହିତାଧିକାରୀ ଉପକୃତ ହେବେ। ଏହି ପଦକ୍ଷେପ କାର୍ଯ୍ୟକାରୀ ପାଇଁ ପ୍ରାୟ ୧.୧୧ କୋଟି ଟଙ୍କା ଆନୁମାନିକ ବଜେଟ୍ ଆବଶ୍ୟକ ହେବ ।












Click it and Unblock the Notifications