ବିପଦ ସଙ୍କେତ ଉପରେ ଯମୁନା ନଦୀର ଜଳସ୍ତର:ତଳି ଅଞ୍ଚଳରୁ ଲୋକଙ୍କୁ କରାଗଲା ସ୍ଥାନାନ୍ତର
Delhi Flood: ବିପଦ ସଙ୍କେତ ଉପରେ ଯମୁନା ନଦୀର ଜଳସ୍ତର । ଯମୁନାର ଜଳ ସ୍ତର 207.71 ମିଟରରେ ରହିବା ସହ ଜଳ ରିଙ୍ଗ ରୋଡରେ ପ୍ରବେଶ କରିଛି । ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ଯାହାକୁ ନଜରରେ ରଖି ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍ ପ୍ରସ୍ତୁତ ରହିବା ସହ ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।
ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଜରୁରୀ ବୈଠକ କରିଛନ୍ତି । ସେ ଦିଲ୍ଲୀର ବନ୍ୟା ପରିସ୍ଥିତି ସମ୍ପର୍କରେ ସଚିବାଳୟରେ ଏକ ଜରୁରୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ମନ୍ତ୍ରୀ, ମେୟର ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀର ଯମୁନା ନଦୀର ଜଳ ସ୍ତର 207.71 ମିଟରରେ ପହଞ୍ଚିଛି, ଯାହା ଏପର୍ଯ୍ୟନ୍ତ ସର୍ବୋଚ୍ଚ ଅଟେ। ଗତ 2-3 ଦିନ ଧରି ଦିଲ୍ଲୀରେ ବର୍ଷା ହୋଇନାହିଁ ହେଲେ ହିମାଚଳ ପ୍ରଦେଶ ଏବଂ ହରିୟାଣାରୁ ଦିଲ୍ଲୀରେ ଜଳ ପ୍ରବେଶ କରୁଛି। ଏହି ପରିପ୍ରେକ୍ଷୀରେ ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ଦିଲ୍ଲୀରେ ପ୍ରବେଶ କରୁଥିବା ଜଳ ପ୍ରବାହକୁ ହ୍ରାସ କରିବାକୁ ଅନୁରୋଧ କରିଛି ।
ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱା ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ଘର ଖାଲି କରିବାକୁ ଅନୁରୋଧ କରିଛନ୍ତି । ଯମୁନା ନଦୀରେ ଜଳ ସ୍ତର ବୃଦ୍ଧି ହେତୁ ଅନେକ ସ୍ଥାନ ପ୍ରଭାବିତ ହୋଇଛି । ଦିଲ୍ଲୀରେ ଓଖଲା ବ୍ୟାରେଜର ସମସ୍ତ ଗେଟ୍ ଖୋଲି ଦିଆଯାଇଛି । ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ନିଜେ ବୋଟରେ ବସି ଆଜି ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
ସୂଚନା ଅନୁସାରେ, ବନ୍ୟା ସ୍ଥିତିକୁ ଦେଖି ଯମୁନାରେ ଜଳ ଛାଡିବା ବନ୍ଦ କରିବାକୁ ଗୃହ ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆସନ୍ତା ସପ୍ତାହରେ ଜି-20 ବୈଠକ ରହିଥିବାରୁ ସ୍ଥିତିକୁ ଆୟତ କରିବା ପାଇଁ ଏପରି ପଦକ୍ଷେପ ନେବା ପାଇଁ ସେ କହିଛନ୍ତି ।












Click it and Unblock the Notifications