ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ତ: ୧୧ ଜୀବନ୍ତ ଦଗ୍ଧ, ୪ ଆହତ

Delhi Fire News: ଦିଲ୍ଲୀର ଅଲିପୁର ଦୟାଲ ବଜାରରେ ଥିବା ଏକ ପେଣ୍ଟ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ । ଯେଉଁଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟ ଜଣେ ପୋଲିସ କର୍ମଚାରୀ ମଧ୍ୟ ଥିବା ସୂଚନା ରହିଛି । ତେବେ ନିଆଁ ଲାଗିବା ସମୟରେ ପେଣ୍ଟ କାରଖାନାରେ କର୍ମଚାରୀମାନେ କାମ କରୁଥିଲେ। ନିଆଁ ଲାଗିବା ପରେ ଫ୍ୟାକ୍ଟ୍ରିରୁ ବାହାରକୁ ଆସିପାରି ନଥିଲେ ୱାରକର୍ ।

ନିଆଁ ଲିଭା କାର୍ଯ୍ୟରେ ୨୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ କର୍ମଚାରୀମାନେ ନିଆଁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଏହି ଭୟଙ୍କର ଅଗ୍ନିକାଣ୍ତରେ ପେଣ୍ଟ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିବା ୧୧ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଲିସ କର୍ମୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଜାରି ରହିଛି ।

Delhi Factory Fire

ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ୫.୩୦ ବେଳକୁ ପ୍ରଥମେ ବିସ୍ଫୋରଣ ପରେ କାରଖାନାରେ ଭୟଙ୍କର ନିଆଁ ଲାଗିଥିଲା । ଯାହା ପରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ପରେ ୨୨ଟି ଦମକରଳ ଗାଡ଼ି ପହଞ୍ଚି ନିଆଁ ଆୟତ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା ରାତି ପ୍ରାୟ ୯ଟାରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ନିଆଁ ଏତେ ଭୟଙ୍କର ଥିଲା ଯେ, ଆଖପାଖ ଘରକୁ ମଧ୍ୟ ବ୍ୟାପିଯାଇଥିଲା ଫଳ ବ୍ୟାପକ କ୍ଷୟ କ୍ଷତି ହୋଇଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ତଦନ୍ତ ଜାରି ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+