ମଦ ଦୁର୍ନୀତି ମାମଲା: ସୁପ୍ରିମକୋର୍ଟ ଗଲେ ସିସୋଦିଆ, CJI କହିଲେ - ହାଇକୋର୍ଟ ଯାଆନ୍ତୁ

CBIର ଗିରଫଦାରୀ ଏବଂ ଯାଞ୍ଚକୁ ବିରୋଧ କରି ସିସୋଦିଆ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ, ଅଭିଷେକ ମନୁ ସିଙ୍ଘଲି ମନୀଷ ସିସୋଦିଆଙ୍କ କେସ୍ ଲଢିବେ ।

Delhi Excise Policy
Delhi Excise Policy: ଦିଲ୍ଲୀ ମଦ ଘୋଟାଲା ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି । CBIର ଗିରଫଦାରୀ ଏବଂ ଯାଞ୍ଚକୁ ବିରୋଧ କରି ସିସୋଦିଆ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ, ଅଭିଷେକ ମନୁ ସିଙ୍ଘଲି ମନୀଷ ସିସୋଦିଆଙ୍କ କେସ୍ ଲଢିବେ ଏବଂ ଶୀଘ୍ର ଏହି ମାମଲାର ଶୁଣାଣି କରିବା ପାଇଁ ଦାବି କରିବେ ।

ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗରେ ମନୀଷ ସିସୋଦିଆଙ୍କୁ ରବିବାର ଦୀର୍ଘ ୮ ଘଣ୍ଟା ଜେରା କରିବା ପରେ ଗିରଫ କରାଯାଇଥିଲା । ସୋମବାର ତାଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବା ପରେ ୫ ଦିନିଆ ସିବିଆଇ ପିମାଣ୍ତରେ ନିଆଯାଇଛି । ମାର୍ଚ୍ଚ ୪ ଯାଏଁ ତାଙ୍କୁ ଜେରା କରିବ ସିବିଆଇ । ଗତକାଲି ସିବିଆଇ ସିସୋଦିଆଙ୍କୁ ରିମାଣ୍ତରେ ନେଇ ଜେରା କରିବା ପାଇଁ କୋର୍ଟରେ ଆବେଦନ କରିଥିଲା ।

ସୂଚନାଥାଉ ଯେ, ସିସୋଦିଆଙ୍କୁ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିବିଆଇ ଗିରଫ କରିଛି । CBI ସୂଚନା ଅନୁସାରେ, ୨୦୨୧-୨୨ ବର୍ଷ ପାଇଁ ପ୍ରସ୍ତୁତ ଅବକାରୀ ନୀତିରେ ଅନିୟମିତତା ମାମଲା ମୁମ୍ବାଇ ସ୍ଥିତ ଏକ ଘରୋଇ କମ୍ପାନୀରେ ତତ୍କାଳୀନ ସିଇଓ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଡିସେମ୍ବର ୨୫ରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଏହି ମାମଲାରେ ସିସୋଦିଆଙ୍କୁ ପ୍ରଥମ ଥର ଗତ ବର୍ଷ ଅକ୍ଟୋବର ୧୭ରେ ଜେରା କରାଯାଇଥିଲା ।

ଅନ୍ୟପକ୍ଷରେ ମନୀଷ ସିସୋଦିଆଙ୍କୁ ସିବିଆଇ ପକ୍ଷରୁ ପଚରାଉଚରା ଆରମ୍ଭ ହୋଇଯାଇଛି । ସିସୋଦିଆଙ୍କ ପାଇଁ ପ୍ରଶ୍ନର ଏକ ଲମ୍ବା ତାଲିକା ପ୍ରସ୍ତୁତ କରାଯାଇଥିବା ନେଇ ସୂଚନା ରହିଛି । ଗିରଫ ପରେ ଆଜି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଥର ଜେରା କରିଛି ସିବିଆଇ । ସୂଚନାନୁସାରେ, ସିବିଆଇ ପୁଣି ଏକ ନୂତନ ତଦନ୍ତ ଆରମ୍ଭ କରିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+