ମଦ ଦୁର୍ନୀତି ମାମଲା:୭ ଦିନ ପାଇଁ ଇଡି ହେପାଜତକୁ ଗଲେ ସିସୋଦିଆ
ମଦ ଦୁର୍ନୀତି ମାମଲା । ଖାରଜ ହେଲା ସିସୋଦିଆଙ୍କ ଜାମିନ୍ ଆବେଦନ । ମନୀଷ ସିସୋଦିଆଙ୍କୁ ୭ ଦିନ ପାଇଁ ଇଡି ରିମାଣ୍ଡରେ ପଠାଇଲେ କୋର୍ଟ । ବର୍ତ୍ତମାନ ଏହି ମାମଲାରେ ସିସୋଦିଆଙ୍କୁ ପଚରାଉଚରା କରିବ ଇଡି ।

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲା । ଖାରଜ ହେଲା ସିସୋଦିଆଙ୍କ ଜାମିନ୍ ଆବେଦନ । ମନୀଷ ସିସୋଦିଆଙ୍କୁ ୭ ଦିନ ପାଇଁ ଇଡି ରିମାଣ୍ଡରେ ପଠାଇଲେ କୋର୍ଟ । ବର୍ତ୍ତମାନ ଏହି ମାମଲାରେ ସିସୋଦିଆଙ୍କୁ ପଚରାଉଚରା କରିବ ଇଡି । ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ୧୦ ଦିନ ରିମାଣ୍ତରେ ନେବା ପାଇଁ ଆବେଦନ କରିଥିଲା ଇଡି । ଏହି ସମୟରେ ସିସୋଦିଆଙ୍କ ଓକିଲ ଇଡିକୁ ଦୃଢ ବିରୋଧ କରିଥିଲେ ।
ଅନ୍ୟପକ୍ଷରେ ସିବିଆଇ ଦ୍ୱାରା ଗିରଫ ମାମଲାରେ ଜାମିନ ଶୁଣାଣି ମାର୍ଚ୍ଚ ୨୧ ରେ ଅନୁଷ୍ଠିତ ହେବ। ଦିଲ୍ଲୀ ମଦ ଦୁର୍ନୀତି ମାମଲା ଅଭିଯୋଗରେ ସିସୋଦିଆଙ୍କୁ ଫେବୃଆରୀ ୨୬ ରେ ସିବିଆଇ ଗିରଫ କରିଥିଲା । ଏହା ପରେ ଇଡି ତିହାର ଜେଲରେ ସିସୋଦିଆଙ୍କୁ ପଚରାଉଚରା କରି ଏହି ଘଟଣାରେ ଟଙ୍କା ହେରଫେର ମାମଲାରେ ତାଙ୍କୁ ଗୁରୁବାର ଦିନ ଜେର ଭିତରେ ହିଁ ଗିରଫ କରିଥିଲା ।
ଇଡିର ସୂଚନା ଅନୁସାରେ, ଆପ ନେତା ମନୀଷ ସିସୋଦିଆଙ୍କ ବିରୋଧରେ ସାକ୍ଷୀ ଏବଂ ଅନ୍ୟାନ୍ୟ ପ୍ରମାଣ ଅଛି । ଅର୍ଥ ହେରଫେର ମାମଲାରେ ତାଙ୍କର ସଂପୃକ୍ତି ରହିଛି । ଇଡି ଆହୁରି ଦାବି କରିଛି ଯେ, ଫୋନରୁ ଅନ୍ୟ ପ୍ରମାଣ ନଷ୍ଟ କରିବା ସହ, ବାରମ୍ବାର ଭୁଲ ତଥ୍ୟ ଦେଉଛନ୍ତି ସିସୋଦିଆ । ଏପରିକି ସେ ଆଉ କାହା ନାଁରେ କିଣିଯାଇଥିବା ଫୋନ୍ ମଧ୍ୟ ବ୍ୟବହାର କରୁଛନ୍ତି ବୋଲି ଦାବି କରିଛି ଇଡି । ତେଣୁ ଏହି ମାମଲା ପଛରେ ପ୍ରକୃତ ଉଦ୍ଦେଶ୍ୟ ଏବଂ ସଠିକ୍ ତଥ୍ୟ ଜାଣିବା ପାଇଁ ସିସୋଦିଆଙ୍କୁ ଅଧିକ ଜେରା କରିବା ପାଇଁ ରିମାଣ୍ତରେ ନେବା ଆବଶ୍ୟକତା ରିହିଛି ।












Click it and Unblock the Notifications