ସିସୋଦିଆଙ୍କ ପରେ ଗିରଫ ହୋଇପାରନ୍ତି KCRଙ୍କ ଝିଅ କବିତା ! ବିଜେପି କଲା ଦାବି
ବିଜେପି ନେତା ବିବେକ ଦାବି କରିଛନ୍ତି ଯେ, ଖୁବ ଶୀଘ୍ର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କେବିତାଙ୍କୁ ଗିରଫ କରାଯାଇପାରେ ।

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହେବା ପରେ ଦିଲ୍ଲୀର ମଦ ସ୍କାମ ମାମଲାକୁ ନେଇ ରାଜନୀତି ପୁଣି ଜୋରଦାର ହୋଇଛି । ସିସୋଦିଆ ଗିରଫ ହେବା ପରଠାରୁ ସମସ୍ତ ବିଜେପି ନେତା ବିରୋଧିଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି । ଏହାରି ମଧ୍ୟରେ ବିଜେପି ନେତା ବିବେକ ଦାବି କରିଛନ୍ତି ଯେ, ଖୁବ ଶୀଘ୍ର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କେବିତାଙ୍କୁ ଗିରଫ କରାଯାଇପାରେ ।
ବିଜେପି ନେତା ବିବେକ ଦାବି କରିଛନ୍ତି ଯେ, ପଞ୍ଜାବ ଏବଂ ଗୁଜୁରାଟ ନିର୍ବାଚନରେ ଭାରତ ରାଷ୍ଟ୍ର ସମିତି ଏମଏଲସି କବିତା ଆମ୍ ଆଦମୀ ପାର୍ଟିକୁ ୧୫୦ କୋଟି ଟଙ୍କା ଦେଇଥିଲେ । ମଦ ଦୁର୍ନୀତିରେ ମାମଲାରେ ଆହୁରି ଅନେକ ଲୋକ ଗିରଫ ହେବାର ସମ୍ଭାବନା ରହିଛି । ଯାହା ମଧ୍ୟରେ କେ.କବିତାଙ୍କଟ ନାଁ ମଧ୍ୟ ସାମିଲ ଅଛି । ଏହାପୂର୍ବରୁ ବିଜେପି ନେତାମାନେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇପାରନ୍ତି ବୋଲି ମଧ୍ୟ ଦାବି କରିଥିଲେ । ମଦ ଦୁର୍ନୀତି ମାମଲାରେ ଚାର୍ଜସିଟରେ କଭିତାଙ୍କ ନାଁ ଇଡି ଅନ୍ତର୍ଭୁକ୍ତ କରିଥିଲା । ଇଡି ଦାବି କରିଥିଲା ଯେ, ଏକ ମଦ କମ୍ପାନୀରେ କବିତାଙ୍କ ୬୫ ପ୍ରତିଶତ ଭାଗ ରହିଛି ବୋଲି । ଅନୁସନ୍ଧାନକାରୀ ସଂସ୍ଥା ତାଙ୍କୁ ୧୧ ଡିସେମ୍ବର ୨୦୨୨ରେ ହାଇଦ୍ରାବାଦ ବାସଭବନରେ ପଚରାଉଚରା କରିଥିଲା ।
ସୂଚନାଥାଉ ଯେ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୮ ଘଣ୍ଟା ଧରି ଜେରା କରିବା ପରେ ରବିବାର ଦିନ ତାଙ୍କୁ ଗିରଫ କରାଯାଇଥିଲା । ପରେ ଫେବୃଆରୀ ୨୭ ରେ, ଡାକ୍ତରୀ ପରୀକ୍ଷା ପରେ, ତାଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ଯାହା ପରେ ତାଙ୍କୁ ପାଞ୍ଚ ଦିନ ପାଇଁ ସିବିଆଇ ହେପାଜତକୁ ପଠାଯାଇଛି । ଯାହା ପରେ CBIର ଗିରଫଦାରୀ ଏବଂ ଯାଞ୍ଚକୁ ବିରୋଧ କରି ସିସୋଦିଆ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।












Click it and Unblock the Notifications