ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ନେଇ ବଢିଲା ବିବାଦ, ଆଜି ହାଇକୋର୍ଟରେ ଶୁଣାଣି

Delhi Excise Policy Case: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଅଶାନ୍ତ ଦିଲ୍ଲୀ । ମଙ୍ଗଳବାର ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବା ପାଇଁ ରାସ୍ତାରେ ବିକ୍ଷୋବ ପ୍ରଦର୍ଶନ କରୁଥିବାର ଦେଖିବା ପାଇଁ ମିଳିଛି । ସମସ୍ତ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇନେଇଛି । ପଞ୍ଜାବ ଶିକ୍ଷା ମନ୍ତ୍ରୀ ହରଜୋତ୍ ବାନ୍ସ , ବିଧାୟକ ସୋମନାଥ ଭାରତୀ ଏବଂ ଦିଲ୍ଲୀର ଡେପୁଟି ବାଚସ୍ପତି ରାଖୀ ବିର୍ଲାଙ୍କୁ ପୋଲିସ ଗିରଫ କରିଛି ।

Delhi Excise Policy Case

ଅନ୍ୟପକ୍ଷରେ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବିଜେପି କର୍ମୀମାନେ ଦାବି କରୁଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚ୍ଚେଦେବଙ୍କ ସମେତ ଅନେକ ଦଳର ନେତାଙ୍କୁ ଅଟକ ରଖାଯାଇଥିଲା। ଏଠାରେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନ ବୁଧବାର (27 ମାର୍ଚ୍ଚ) ରେ ଶୁଣାଣି ହେବ।

ସେପଟେ ତାଙ୍କ ଗିରଫଦାରୀ ବିରୋଧରେ ଅରବିନ୍ଦ କେଜ୍ରିୱାଲ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏହା ପୂର୍ବରୁ ସେ ସୁପ୍ରିମକୋର୍ଟରେ ତାଙ୍କ ଗିରଫଦାରୀକୁ ମଧ୍ୟ ସେ ଚ୍ୟାଲେଞ୍ଜ କରିଥିଲେ ହେଲେ ଶୁଣାଣି ପୂର୍ବରୁ ସେ ନିଜ ଆବେଦନ ପ୍ରତ୍ୟାହାର କରି ନେଇଥିଲେ। ଇଡି ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଅରବିନ୍ଦ କେଜ୍ରିୱାଲ ଶନିବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯାଇ ତୁରନ୍ତ ଶୁଣାଣି କରିବାକୁ ଦାବି କରିଛନ୍ତ ।

୨୧ ମାର୍ଚ୍ଚ ସଂଧ୍ୟାରେ କେଜ୍ରିୱାଲଙ୍କୁ ଇଡି ଗରଫ କରିଥିଲା । ଯାହା ପରେ ପଚରାଉଚରା ପାଇଁ ତାଙ୍କ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଇଡି ରିମାଣ୍ତରେ ନେଇଛି । ହେଲେ ହୋଲି ପାଇଁ ଛୁଟି ଥିବାରୁ ଶୁଣାଣି ହୋଇପାରି ନଥିଲା । କେଜ୍ରିୱାଲ ତାଙ୍କ ପିଟିସନରେ ଯୁକ୍ତି ଦର୍ଶାଇଥିଲେ ଯେ ତାଙ୍କ ଗିରଫ ଏକ ରାଜନୈତି ଷଡଯନ୍ତ୍ର ଏବଂ ବେଆଇନ ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ସାରା ଦେଶର ରାଜନୈତୀକ ମାହୋଲ ସରଗରମ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+