ଦିଲ୍ଲୀ ମଦ ନୀତି ମାମଲା :ସଞ୍ଜୟ ସିଂ ଏବଂ ମନୀଷ ସିସୋଦିଆଙ୍କୁ ଝଟକା, ୧୯ ମାର୍ଚ୍ଚ ଯାଏୱ ବଢିଲା ଜେଲ୍ ଅବଧି
Manish Sisodia And Sanjay Singh: ଦିଲ୍ଲୀ ମଦ ନୀତି ମାମଲା । ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଏବଂ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆଙ୍କୁ କୋର୍ଟରୁ ମିଳିଲା ନାହିଁ ଆଶ୍ୱସ୍ତି । ପୁଣି ଥରେ ଉଭୟ ନେତାଙ୍କୁ ମାର୍ଚ୍ଚ 19 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି ।
Delhi Excise policy case | Delhi court extends the judicial custody of AAP MP Sanjay Singh and former deputy CM Manish Sisodia till March 19.
— ANI (@ANI) March 7, 2024
ଗତ ଶୁଣାଣିରେ ଅର୍ଥାତ୍ ଶନିବାର ଅର୍ଥାତ୍ ମାର୍ଚ୍ଚ 2 ତାରିଖରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏକ୍ସାଇଜ୍ ପଲିସି ମାମଲାରେ AAP ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ପାଞ୍ଚ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଯାହା ଆଜି ଶେଷ ହେଉଥିଲା । ଆଜି ପୁଣି ମାର୍ଚ୍ଚ 19 ତାରିଖ ପର୍ଯ୍ୟନ୍ତ ତାଙ୍କ ଜେଲ୍ ଅବଧି ବଢାଇ ଦିଆଯାଇଛି ।

ତେବେ ଜେଲରେ ଆକି କିଛି ଦିନ ବନ୍ଦ ରହିବେ ଆପର ଦୁଇ ବରିଷ୍ଠ ନେତା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ମନ୍ତ୍ରୀମଣ୍ତଳର ବହୁ ମନ୍ତ୍ରୀଙ୍କ ନାଁରେ ଯାଞ୍ଚ ଜାରି ରହିଛି ।












Click it and Unblock the Notifications