Delhi Excise Policy Case: ରାଉଜ ଆଭେନ୍ୟୁ କେଜ୍ରିୱାଲଙ୍କୁ ଆଶ୍ୱସ୍ତି, ମିଳିଲା ଜାମିନ୍

Delhi Excise Policy Case: ଶନିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ଏକ୍ସାଇଜ୍ ପଲିସି ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ । ଏହା ପରେ ତାଙ୍କୁ ଆଶ୍ୱସ୍ତି ମଧ୍ୟ ମିଳିଛି । ୧୫ ହଜାର ଟଙ୍କା ମୁଚାଲିକାରେ କେଜ୍ରିୱାଲଙ୍କ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ ।

Delhi Excise Policy Case

ରାଉସ୍ ଆଭେନ୍ୟୁ କୋର୍ଟ ଉଭୟ ପକ୍ଷଙ୍କୁ ସମ୍ପୃକ୍ତ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରିବାକୁ କହିଥିଲେ। ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ରମେଶ ଗୁପ୍ତା କହିଛନ୍ତି ଯେ ଇଡି ଦ୍ୱାରା ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟ ଦିଆଯାଇ ନାହିଁ। ସେମାନଙ୍କୁ ଦିଆଯିବା ଉଚିତ୍ | ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପାଇଁ 15,000 ଟଙ୍କା ଜାମିନ ବଣ୍ଡ ପୂରଣ କରିବାକୁ କୋର୍ଟ କହିଛନ୍ତି।

ଆପଣଙ୍କୁ କହିରଖୁଛୁ ଯେ ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ଇଡି ପଚରାଉଚରା ପାଇଁ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ଆଠ ଥର ସମନ ଦାରି କରିବା ପାଇଁ ନୋଟିସ୍ ଜାରି କରିସାରିଛି ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହା ହାଜିର ହୋଇନଥିଲେ । ଶୁକ୍ରବାର ଦିନ କେଜ୍ରିୱାଲଙ୍କୁ ସମମ ଜାରି କରାଯାଇଥିଲା, ଯାହାକୁ ଚ୍ୟାଲେଞ୍ଜ କରିବା ସହ ଜାମିନ ଆବେଦନ କରିଥିଲେ କେଜ୍ରିୱାଲ୍ ଯାହାକୁ ବର୍ତ୍ତମାନ କୋର୍ଟ ମଞ୍ଜୁରୀ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+