କେଜ୍ରିୱାଲଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ କଲା CBI
Delhi Excise Policy Case: ଦିଲ୍ଲୀ ମତ ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ମଦ ନୀତି ଦୁର୍ନୀତିରେ ଅର୍ଥ ହେରଫେର ଯାଞ୍ଚ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ 21 ମାର୍ଚ୍ଚ 2024 ରେ ଗିରଫ କରାଯାଇଥିଲା। ଏହା ପରେ ଜୁନ୍ 26 ରେ ଜେଲରେ ସିବିଆଇ କେଜ୍ରିୱାଲଙ୍କୁ ଦୁର୍ନୀତି ମାମଲାରେ ଗିରଫ କରିଥିଲା।
ସିବିଆଇ ଏବଂ ଇଡି ବର୍ତ୍ତମାନ କେଜ୍ରିୱାଲଙ୍କ ବିରୋଧରେ ଏକ୍ସାଇଜ୍ ସ୍କାମରେ ତଦନ୍ତ ଶେଷ କରିଛନ୍ତି। ଗତ ଶୁଣାଣିରେ ସିବିଆଇ କୋର୍ଟଙ୍କୁ ସୂଚନା ଦେଇଥିଲା ଯେ ଲାଞ୍ଚ ନେବା ପରେ ଦିଲ୍ଲୀର ଏକ୍ସାଇଜ୍ ପଲିସିର ଫାଇଦା ନେବାକୁ ଇଚ୍ଛା ଅନୁଯାୟୀ ପରିବର୍ତ୍ତନ କରାଯାଇଥିଲା । କେଜ୍ରିୱାଲଙ୍କୁ ଇଡି ମାମଲାରେ ଜାମିନ ମିଳିସାରିଛି। ତେବେ ସିବିଆଇ ଗିରଫ ମାମଲାରେ ସେ ତିହାରରେ ରହିଛନ୍ତି। ଏହି ମାମଲାରେ ତାଙ୍କ ଜାମିନ ଆବେଦନ ମଧ୍ୟ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି କରାଯାଉଛି।

ରାଉସ୍ ଆଭେନ୍ୟୁ କୋର୍ଟରେ ଗତ ଶୁଣାଣିରେ କେଜ୍ରିୱାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି CBI କୋର୍ଟରେ କହିଥିଲା । କେବଳ ସାଉଥ୍ ଗ୍ରୁପ୍ ଙ୍କ ନିର୍ଦ୍ଦେଶରେ ମଦ ନୀତିରେ ପରିବର୍ତ୍ତନ କରାଯାଇଥିଲା । ଅନ୍ୟପକ୍ଷରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ସିସୋଡିଆ ଗତ 16 ମାସ ଧରି ଜେଲରେ ଅଛନ୍ତି। ତଦନ୍ତର ମନ୍ଥର ଗତି ଦର୍ଶାଇ ସେ ଜାମିନ ଦାବି କରିଛନ୍ତି।












Click it and Unblock the Notifications