Delhi Liquor Policy Case: ଇଡିରେ ହାଜର ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

Delhi Liquor Policy Case: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର Vipassana କେନ୍ଦ୍ରକୁ ଗସ୍ତ କରିଛନ୍ତି । ସିଏମ କେଜ୍ରିୱାଲ 30 ଡିସେମ୍ବର ପର୍ଯ୍ୟନ୍ତ ଏଠାରେ ରହିବେ । ଯାହା ଦ୍ୱାରା ଏହା ସ୍ପଷ୍ଟ ହେଉଛି ଯେ, ଗୁରୁବାର (ଡିସେମ୍ବର 21) ଦିନ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲ ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ଇଡିରେ ହାଜର ହେବେ ନାହିଁ ।

Delhi Liquor Policy Case

ଏହା ପୂର୍ବରୁ ମଧ୍ୟ ନଭେମ୍ବର 2ରେ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା । ସେହି ସମୟରେ ମଧ୍ୟ ସେ ଇଡିରେ ହାଜର ହୋଇନଥିଲେ ଏବଂ ସେ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାରରେ କରି ପାଇଁ ଯାଇଥିଲେ ।

ସୂଚନାଥାଉ ଯେ, ଏପ୍ରିଲ 16 ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଅବକାରୀ ନୀତି ଘୋଟାଲା ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ନଅ ଘଣ୍ଟା ପଚରାଉଚରା କରିଥିଲା। ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିସାରିଛି।

ନଅ ଘଣ୍ଟା ସିବିଆଇ ପଚରାଉଚରା ପରେ କେଜ୍ରିୱାଲ କହିଥିଲେ ଯେ AAP ଏକ ସଚ୍ଚୋଟ ଦଳ। ଏହା ପରେ CM କହିଥିଲେ ଯେ ସେମାନେ (କେନ୍ଦ୍ର) AAP କୁ ନଷ୍ଟ କରିବାକୁ ଚାହୁଁଛନ୍ତି । କିନ୍ତୁ ଦେଶର ଲୋକମାନେ ଆମ ସହିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+