କବିତାଙ୍କୁ ଆଉ ଏକ ଝଟକା, ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କଲେ କୋର୍ଟ

ନୂଆଦିଲ୍ଲୀ: ବିଆରଏସ ନେତ୍ରୀ କବିତାଙ୍କୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ଦିଲ୍ଲୀ ଲିକର୍ ପଲିସି ମାମଲାରେ ଗିରଫ ହୋଇଥିବା ବିଆରଏସ୍ ନେତ୍ରୀ କବିତାଙ୍କ ଜାମିନ ଆବେଦନକୁ ରାଉସ୍ ଆଭେନ୍ୟୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। କେ କବିତାଙ୍କ ଜାମିନ ଆବେଦନକୁ ଇଡି ଏବଂ ସିବିଆଇ ବିରୋଧ କରିଥିଲେ।

kkavita

ଉଭୟ ତଦନ୍ତକାରୀ ଏଜେନ୍ସି ଜାମିନ ଆବେଦନକୁ ବିରୋଧ କରି କହିଛନ୍ତି ଯେ କେ. କବିତା ଏହି ପୁରା ସ୍କାମର ଅନ୍ୟତମ ଷଡଯନ୍ତ୍ରକାରୀ ଏବଂ ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ଏବଂ ପ୍ରମାଣକୁ ଖଣ୍ଡନ କରି ଅନୁସନ୍ଧାନକୁ ପ୍ରଭାବିତ କରିପାରନ୍ତି।

ଇଡି ଅନୁଯାୟୀ, ପିଲ୍ଲାଇ 'ସାଉଥ୍ ଗ୍ରୁପ୍'କୁ ପ୍ରତିନିଧିତ୍ୱ କରିଥିଲେ, ଯାହାକି କବିତା ଏବଂ ଅନ୍ୟମାନଙ୍କ ସହ ଜଡିତ ଏକ ମଦ କାର୍ଟେଲ୍, ଯାହାକି 2020-21 ପାଇଁ ବର୍ତ୍ତମାନର ମିଆଦ ପୂର୍ଣ୍ଣ ଦିଲ୍ଲୀ ଏକ୍ସାଇଜ୍ ପଲିସି ଅଧୀନରେ ବଜାରରେ ଅଧିକ ଅଂଶ ପାଇବା ପାଇଁ AAP କୁ 100 କୋଟି ଟଙ୍କା ଲାଞ୍ଚ ଦିଆଯାଇଥିଲା ।

କେ କବିତା 2021 ଏବଂ 2022 ରେ ଅତି କମରେ ଦଶଟି ଫୋନ୍ ବ୍ୟବହାର କରିଥିଲେ । ଡିଜିଟାଲ ପ୍ରମାଣ ନଷ୍ଟ କରିବା ଏବଂ ତଦନ୍ତକୁ ଖଣ୍ଡନ କରିବା ପାଇଁ ଏହା କରାଯାଇଥିବା ସନ୍ଦେହ କରାଯାଉଛି।

ବିଆରଏସ ନେତ୍ରୀ କେ କବିତା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ। ଇଡି ତାଙ୍କ ହାଇଦ୍ରାବାଦ ବାସଭବନରେ ଚଢ଼ାଉ କରି ଗିରଫ କରିଥିଲା । ଗିରଫ ପରେ କବିତାଙ୍କୁ ଦିଲ୍ଲୀ ଅଣାଯାଇଥିଲା । ଏବେ ସେ ତିହାର ଜେଲରେ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+