ମତଦାନ କେନ୍ଦ୍ରକୁ ଭୋଟର ଫୋନ ନେଇ ଯାଇପାରିବେ ନା ନାହିଁ !
ଫେବୃଆରୀ 5 ରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଯେଉଁଥି ପାଇଁ ଭୋଟରଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି, କିନ୍ତୁ ନିର୍ବାଚନ ନେଇ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ମଧ୍ୟ ରହିଛି ।
ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ମତଦାନ ବୁଥରେ ମୋବାଇଲ୍ ଫୋନ୍ ନେବାକୁ ଅନୁମତି ରହିଛି ନା ନାହିଁ । ମତଦାନ ବୁଥେ ଫୋନ ନେଇ ଭୋଟର ପ୍ରବେଶ କରିପାରିବେ କି ନାହିଁ ଯାହାକୁ ନେଇ ଦ୍ୱନ୍ଦ ଲାଗି ରହିଛି ।

ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ ମତଦାନ ବୁଥ ଭିତରେ ମୋବାଇଲ୍ ଫୋନ୍ ନେବା ନିଷେଧ। କୌ ଣସି ଭୋଟର, ନିର୍ବାଚନ ଅଧିକାରୀ କିମ୍ବା ମତଦାନ ଏଜେଣ୍ଟ ମତଦାନ ସ୍ଥାନ ଭିତକୁ ମୋବାଇଲ୍ ଫୋନ୍ ନେଇ ଯାଇ ପାରିବେ ନାହିଁ ।












Click it and Unblock the Notifications