Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ପ୍ରକାଶ ପାଇବ ଦିଲ୍ଲୀ ନିର୍ବାଚନ ଫଳାଫଳ: ସରଗରମ ରାଜନୈତିକ ବଜାର, କେଜ୍ରିୱାଲଙ୍କ ଘରେ ପହଞ୍ଚିଲା ACB ଟିମ୍

Delhi Election 2025: ଦିଲ୍ଲୀ ବିଧାନସଭା ନିର୍ବାଚନର ମାତ୍ର ଗୋଟିଏ ଦିନ ପୂର୍ବରୁ, ସରଗରମ ହୋଇଛି ଦିଲ୍ଲୀ ରାଜନୈତିକ ମାହୋଲ । ଆମ ଆଦମୀ ପାର୍ଟି ଦ୍ୱାରା ବିଜେପି ବିରୁଦ୍ଧରେ ଲାଞ୍ଚ ମାମଲା କ୍ରମଶଃ ଗମ୍ଭୀର ହେବାରେ ଲାଗିଛି। ଶୁକ୍ରବାର ଦିନ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ, ଦୁର୍ନୀତି ନିବାରଣ ବ୍ୟୁରୋ (ACB) ଦଳ ଅରବିନ୍ଦ କେଜରିୱାଲଙ୍କ ଘରେ ପହଞ୍ଚିଛି। ପାଞ୍ଚ ଜଣଙ୍କ ଏକ ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଭିତରେ ଅଛନ୍ତି।

Delhi election

ACB ଟିମ୍ ଘରେ ପହଞ୍ଚିବା ମାତ୍ରେ ଆମ ଆଦମୀ ପାର୍ଟିର ଆଇନଗତ ଦଳର ଆଉ କିଛି ଓକିଲ ମଧ୍ୟ ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ପହଞ୍ଚିଥିଲେ। ତେବେ ବିଜେପି ଅଭିଯୋଗ ପରେ, ଏଲଜି ଏସିବିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ACB ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, AAP ନେତା ସଞ୍ଜୟ ସିଂହ ACB କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଥିଲେ, ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।

କେଜ୍ରିୱାଲଙ୍କ ଘରେ ACB ଟିମ୍ ପହଞ୍ଚିବା ଘଟଣାକୁ ନେଇ ଆମ ଆଦମୀ ପାର୍ଟିର ଲିଗାଲ୍ ସେଲର ଅଧ୍ୟକ୍ଷ ସଞ୍ଜୀବ ନାସିୟାର କହିଛନ୍ତି, "ଏହା ବହୁତ ଆଶ୍ଚର୍ଯ୍ୟଜନକ। ଗତ ଅଧ ଘଣ୍ଟା ଧରି ଏଠାରେ ବସିଥିବା ଏସିବି ଟିମ୍ ପାଖରେ କୌଣସି କାଗଜପତ୍ର କିମ୍ବା ନିର୍ଦ୍ଦେଶ ନାହିଁ। ସେମାନେ ଫୋନ୍ ରେ କାହା ସହିତ ନିରନ୍ତର କଥା ହେଉଛନ୍ତି। ଯେତେବେଳେ ଆମେ ତଦନ୍ତ ପାଇଁ ନୋଟିସ୍ କିମ୍ବା କର୍ତ୍ତୃପକ୍ଷ ମାଗିଲୁ, ସେମାନେ କହିଲେ ତାଙ୍କ ପାଖରେ କୌଣସି କାଗଜପତ୍ର ନାହିଁ ।

ସେ ଆହୁରି କହିଛନ୍ତି, "ସଞ୍ଜୟ ସିଂହ ଅଭିଯୋଗ ଦାଖଲ କରିବା ପାଇଁ ପୂର୍ବରୁ ଏସିବି କାର୍ଯ୍ୟାଳୟରେ ଅଛନ୍ତି। ତେବେ କାହାର ନିର୍ଦ୍ଦେଶରେ ଏଠାରେ ବସିଛନ୍ତି। ଏହା ରାଜନୈତିକ ନାଟକ ସୃଷ୍ଟି କରିବା ପାଇଁ ବିଜେପିର ଏକ ଷଡ଼ଯନ୍ତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+