Get Updates
Get notified of breaking news, exclusive insights, and must-see stories!

ଆପକୁ ବଡ ଝଟକା: ନିର୍ବାଚନ ହାରିଲେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

ଜଙ୍ଗପୁରାରୁ ଆପକୁ ବଡ ଝଟକା । ନିର୍ବାଚନ ହାରିଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ । ଜଙ୍ଗପୁରା ଆସନରେ ହାରିଲେ ମନୀଷ ସିସୋଦିଆ । ମନୀଷଙ୍କ ବିପକ୍ଷରେ ଏହି ଆସନରେ ନିର୍ବାଚନ ଲଢିଥିଲେ ବିଜେପିରତରବିନ୍ଦର ସିଂ ମାରବାହ ଓ କଂଗ୍ରେସର ଫରହାଦ ସୁରି ।ବିଜେପି ପ୍ରାର୍ଥୀ ତରବିନ୍ଦର ସିଂ ମାରଓ୍ବାଙ୍କ ଠାରୁ ପ୍ରାୟ ୬୦୦ ଭୋଟରେ ପରାସ୍ତ ହୋଇଛନ୍ତି ମନୀଷ ସିସୋଦିଆ ।

ଏହି ଆସନରେ ବିଜେପିର ତରବିନ୍ଦର ସିଂ ମାରଓ୍ବା ବିଜୟୀ ହୋଇଛନ୍ତି । ପ୍ରଥମଥର ପାଇଁ ଏହି ଆସନରୁ ମନୀଷ ସିସୋଦିଆ ପ୍ରାର୍ଥୀ ହୋଇଥିଲେ । ହେଲେ ଏହାପୂର୍ବରୁ ସେ ପଟପଡଗଞ୍ଜରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଏବେ ଏହି ଆସନରେ ଆପ ଅବଧ ଓଝାଙ୍କୁ ପ୍ରାର୍ଥୀ କରିଛି ।

ମନୀଷ ସିସୋଦିଆ ୨୦୧୩ ମସିହାରୁ ପଟପଡଗଞ୍ଜରୁ ନିର୍ବାଚନ ଜିତି ଆସୁଥିଲେ । ସେ ଏହି ଆସନରୁ ୩ ଥର ନିର୍ବାଚନ ଜିତିଥିଲେ ମନୀଷ । ଏହାପରେ ଆପ ସରକାରରେ ସେ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଆପ ସରକାରରେ ସେ ପ୍ରମୁଖ ଦାୟିତ୍ୱରେ ରହିଥିଲେ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସେ ଜେଲ ଯାଇଥିଲେ ।

Delhi Election Results 2025

ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ ଯିବା ପରେ ଜାମିନରେ ଫେରିଥିଲେ ମନୀଷ ସିସୋଦିଆ । ଆଉ ଏବେ ନିର୍ବାଚନ ବି ଲଢିଥିଲେ । କିନ୍ତୁ ଜନାଦେଶ ତାଙ୍କ ସପକ୍ଷରେ ଯାଇ ନାହିଁ । ୬ ଶହ ଭୋଟରେ ପରାସ୍ତ ହୋଇଛନ୍ତି ମନୀଷ ସିସୋଦିଆ ।

ପରାଜୟ ପରେ ପ୍ରତିକ୍ରିୟା ରଖିଲେ ମନୀଷ ସିସୋଦିଆ । ସେ କହିଛନ୍ତି, ଦଳୀୟ କର୍ମୀମାନେ ଭଲ ଲଢ଼ିଥିଲେ। ଆମେ ସମସ୍ତେ କଠିନ ପରିଶ୍ରମ କରିଥିଲୁ। ଲୋକମାନେ ମଧ୍ୟ ଆମକୁ ସମର୍ଥନ କରିଛନ୍ତି। କିନ୍ତୁ, ମୁଁ ୬୦୦ ଭୋଟରେ ହାରିଛି' ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+