ଏଣିକି ଦିଲ୍ଲୀବାସୀଙ୍କୁ ମାସକୁ ମିଳିବ ଏତିକି ହଜାର !
ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଛି। ବହୁମତଠାରୁ ବିଜେପି ବହୁ ଆଗରେ ରହିଛି।ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପିର ଯାଦୁ କାମ କରିଛି।ହଟ୍ ସିଟ୍ରେ ଆପ୍ର ସ୍ଥିତି ଖରାପ ରହିଛି। ବିଜେପି ୪୭ ଆସନରେ ଆଗୁଆ ରହିଥିବାବେଳେ ଆପ୍ ୨୩ ଆସନରେ ଆଗୁଆ ରହିଛି। ଫଳରେ ଦିଲ୍ଲୀ ସିଂହାସନରେ ବିଜେପି ବସିବା ନିଶ୍ଚିତ ହୋଇଛି।
ସୂଚନାଯୋଗ୍ୟ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୩୬ ରହିଛି। ଏହି କୁହୁକ ସଂଖ୍ୟାଠାରୁ ଅଧିକ ଆସନ ବିଜେପି ଦଖଲ କରିବାକୁ ସକ୍ଷମ ହୋଇଛି। ଫଳରେ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀ ଦରବାରରେ ବିଜେପି ପ୍ରବେଶ କରିଛି।ଯଦି ଦିଲ୍ଲୀରେ ଭାଜପା ସରକାର ଗଠନ କରେ, ତେବେ ଗରିବ ମହିଳାମାନେ ପ୍ରତି ମାସରେ ୨୫୦୦ ଟଙ୍କା ପାଇବେ। ଗରିବ ମହିଳାମାନେ ୫୦୦ଟଙ୍କାରେ ସିଲିଣ୍ଡର ପାଇବେ ଏବଂ ହୋଲି-ଦୀପାବଳିରେ ମାଗଣା ସିଲିଣ୍ଡର ପାଇବେ।

ଗର୍ଭବତୀ ମହିଳାଙ୍କୁ ୨୧ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ। ଦିଲ୍ଲୀବାସୀଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ମଧ୍ୟ ମିଳିବ। ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ସେହିପରି ଓପିଡି ସେବା ଏବଂ ଲ୍ୟାବ ପରୀକ୍ଷା ମଧ୍ୟ ମାଗଣା ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏବେ ଦିଲ୍ଲୀର ୧୭୦୦ ରୁ ଅଧିକ ଅନଧିକୃତ କଲୋନୀରେ ରହୁଥିବା ଲୋକମାନେ ସେମାନଙ୍କ ଘରର ମାଲିକାନା ଅଧିକାର ପାଇବେ। ଦିଲ୍ଲୀରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ସହାୟତା ମିଳିବ।












Click it and Unblock the Notifications