Get Updates
Get notified of breaking news, exclusive insights, and must-see stories!

Delhi Election: ଦିଲ୍ଲୀରେ ୪ ମହିଳା ମୁଖ୍ୟମନ୍ତ୍ରୀ ? କିଏ କେତେ ପାୱାରଫୁଲ ?

ଦିଲ୍ଲୀରେ ମହିଳା ମୁଖ୍ୟମନ୍ତ୍ରୀ । ପୂର୍ବ ସରକାରରେ ଜଣେ ମହିଳା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବାବେଳେ ବର୍ତ୍ତମାନ୍ ବିଜେପି ସରକାରରେ ମଧ୍ୟ ମହିଳା ମୁଖ୍ୟମନ୍ତ୍ରୀ।

ଅରବିନ୍ଦ କେଜ୍ରିୱାଲଙ୍କ ପରେ ଆମ୍ ଆଦମୀ ସରକାରରେ ଆତିଶୀ ମାର୍ଲେନା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିବା ବେଳେ ଏବେ ବିଜେପି ସରକାରରେ ବି ମହିଳା ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେଇଛନ୍ତି ।

ଦିଲ୍ଲୀରେ ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା । ପୂର୍ବରୁ ସୁଷମା ସ୍ବରାଜ, ଶୀଲା ଦୀକ୍ଷିତ, ଆତିଶୀ ମାର୍ଲେନା ଥିବା ବେଳେ ଏବେ ଦିଲ୍ଲୀର ଦାୟିତ୍ବ ରେଖା ଗୁପ୍ତାଙ୍କ କାନ୍ଧରେ ।

ନଜର ପକାନ୍ତୁ ୪ ଜଣ ମହିଳା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କିଏ କେତେ ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି ।

4 women chief minister in Delhi

ସୁଷମା ସ୍ବରାଜ

ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ସୁଷମା ସ୍ବରାଜ । ରାଜ୍ୟର ୫ମ ମୁଖ୍ୟମନ୍ତ୍ରୀ ମାତ୍ର ମହିଳା ଭାବେ ସେ ପ୍ରଥମ । ସୁଷମା ସ୍ବରାଜ ମାତ୍ର ୫୨ ଦିନ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ । ୧୨ ଅକ୍ଟୋବର ୧୯୯୮ରୁ ୧୯୯୮ ଡିସେମ୍ବର ୩ ମାତ୍ର ୫୨ ଦିନ ଯାଏଁ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ସୁଷମା । ସେବେଠୁ ଦିଲ୍ଲୀରେ ବିଜେପି ସରକାର ଗଢିନାହିଁ । ଆଉ ଏବେ ଦୀର୍ଘ ୨୭ ବର୍ଷ ପରେ ଅର୍ଥାତ ୨୦୨୫ରେ ହିଁ ପୁଣି ଥରେ ବିଜେପି ଦିଲ୍ଲୀରେ ସରକାର ଗଢିବା ପରେ ଫେବୃୟାରୀ ୨୦ରେ ହିଁ ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ଶୀଲା ଦୀକ୍ଷିତ
ସବୁଠୁ ଦୀର୍ଘତମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀର ଶାସନ ଭାର ସମ୍ଭାଳିଥିଲେ ଶୀଲା ଦୀକ୍ଷିତ । କଂଗ୍ରେସ ସରକାରରେ ଶୀଲା ୧୫ ବର୍ଷ ୨୫ ଦିନ ଦିଲ୍ଲୀର ଦାୟିତ୍ବ ନେଇଥିଲେ । ୩ ଡିସେମ୍ବର ୧୯୯୮ରୁ ୨୮ ଡିସେମ୍ବର ୨୦୧୩ ଯାଏଁ ସେ ଦିଲ୍ଲୀର ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶାସନ ଗାଦିରେ ବସିଛନ୍ତି ।

ଆତିଶୀ ମାର୍ଲେନା
ଅରବିନ୍ଦ କେଜ୍ରିୱାଲଙ୍କ ପରେ ଆତିଶୀ ମାର୍ଲେନାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଥିଲା ଆମ୍ ଆଦମୀ ପାର୍ଟି । ଆଉ ଆତିଶୀ ହୋଇଥିଲେ ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ । ଆତିଶୀ ୧୫୨ ଦିନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଭାର ସମ୍ଭାଳିଥିଲେ । ୨୧ ସେପ୍ଟେମ୍ବର ୨୦୨୪ରୁ ୨୦ ଫେବୃୟାରୀ ୨୦୨୫ ଯାଏଁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି ।

ରେଖା ଗୁପ୍ତା
ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସାମ୍ନାକୁ ଆସିଛନ୍ତି ବିଜେପିର ରେଖା ଗୁପ୍ତା । ବିଜେପି ଦିଲ୍ଲୀରେ ୨୭ ବର୍ଷ ପରେ ସରକାର ଗଢିଥିବା ବେଳେ ରେଖା ଗୁପ୍ତା ସୁଷମା ସ୍ବରାଜଙ୍କ ପରେ ଭାରତୀୟ ଜନତା ପାର୍ଟିର ମହିଳା ମୁଖ୍ୟମନ୍ତ୍ରୀ । ୨୦ ଫେବୃୟାରୀ ୨୦୨୫ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+