Delhi Election 2025: ଆପ ହାତରୁ ଖସିଯିବ କି କ୍ଷମତା, ବିଜେପି ଆଗରେ!
ଦିଲ୍ଲୀରେ ୭୦ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ପ୍ରକ୍ରିୟା ଚାଲିଥିଲା। ନିର୍ବାଚନ କମିସନଙ୍କ ତଥ୍ୟ ଅନୁଯାୟୀ ସନ୍ଧ୍ୟା ୬ଟା ସୁଦ୍ଧା ୫୭.୭ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଦିଲ୍ଲୀର ଉତ୍ତରପୂର୍ବ ଜିଲ୍ଲାରେ ଅପରାହ୍ନ ୫ଟା ସୁଦ୍ଧା ସର୍ବାଧିକ ୬୩.୮୩ ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ବେଳେ ଦକ୍ଷିଣପୂର୍ବ ଜିଲ୍ଲାରେ ସର୍ବନିମ୍ନ ୫୩.୭୭ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଦିଲ୍ଲୀର ସମସ୍ତ ନିର୍ବାଚନମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ମତଦାନ ପ୍ରକ୍ରିୟା ଚାଲିଥିଲା ।
ଦିଲ୍ଲୀରେ ସରକାର ଗଢିବ ବିଜେପି !
ଚଳିତ ଥର ସରକାର ଗଢିବା ପାଇଁ ବିଜେପି ଓ ଆପ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ ବୋଲି କିଛି ସଂସ୍ଥା ଅନୁମାନ କରିଥିବା ବେଳେ କିଛି ସଂସ୍ଥା ବିଜେପି ବହୁମତରେ ସରକାର ଗଢିବାକୁ ଯାଉଛି ବୋଲି ଆକଳନ କରିଛି । ତେବେ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ହାଟ୍ରିକ ବିଜୟ ଲକ୍ଷ୍ୟ ରଖିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ରାଜଧାନୀରେ ପଦ୍ମ ଫୁଟାଇବା ପାଇଁ ଜୋରଦାର ପ୍ରୟାସ କରିଛନ୍ତି । ତେବେ ଦିଲ୍ଲୀବାସୀ କାହା ମୁଣ୍ଡରେ ସୁନା କଳସ ଢାଳିବେ ଓ କିଏ ସରକାର ଗଢିବ ଆଉ ୩ ଦିନ ପରେ ଅର୍ଥାତ୍ ଫେବୃଆରୀ ୮ତାରିଖରେ ଜଣାପଡିବ ।

ଆପ୍ ଏବଂ ବିଜେପି ପରସ୍ପର ବିରୋଧରେ ନକଲି ଭୋଟିଂ ଏବଂ ଭୋଟ୍ ବଦଳରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଥିଲେ। ଏହା ବ୍ୟତୀତ ଅନ୍ୟ କୌଣସି ସମସ୍ୟା ଉପୁଜି ନାହିଁ। ଦିଲ୍ଲୀରେ ୬୯୯ ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି। ଦିଲ୍ଲୀ ପୁଲିସ ଶାନ୍ତିପୂର୍ଣ୍ଣ ଭାବେ ଭୋଟିଂ ପ୍ରକ୍ରିୟା ଶେଷ କରିଛନ୍ତି ବୋଲି ବିଧାନସଭା ନିର୍ବାଚନ ଦାୟିତ୍ବରେ ଥିବା ସ୍ବତନ୍ତ୍ର ପୁଲିସ କମିସନର ଦେବେଶ ଚନ୍ଦ୍ର ଶ୍ରୀବାସ୍ତବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଶ୍ରୀବାସ୍ତବ କହିଛନ୍ତି, ଗତକାଲି ୨୩,୭୭,୦୦୦ ଟଙ୍କା ଏବଂ ୬ ବେଆଇନ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ଏଥିସହ ୪୧୧୯ ଲିଟର ବେଆଇନ ମଦ ମଧ୍ୟ ଜବତ ହୋଇଥିବା ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଚଳିତ ଥର ତ୍ରିକୋଣୀୟ ଲଢ଼େଇ ହୋଇଛି। ଲଗାତାର ୨ ଥର ଶାସନରେ ରହିଥିବା ଆପ୍ ଚଳିତ ଥର ହାଟ୍ରିକ୍ ବିଜୟ ଲକ୍ଷ୍ୟ ରଖିଥିବା ବେଳେ ବିଜେପି ଏବଂ କଂଗ୍ରେସଠାରୁ ଆପ୍କୁ ବଡ଼ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିଛି। ମଦ ଦୁର୍ନୀତି ମାମଲାରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଜେଲ୍ ଦଣ୍ଡ ହୋଇଥିବାରୁ ଚଳିତ ଦିଲ୍ଲୀ ନିର୍ବାଚନ ଉପରେ ସାରା ଦେଶବାସୀଙ୍କ ନଜର ରହିଛି। ଅନ୍ୟପକ୍ଷେ ବିଜେପି ଆପ୍ଠାରୁ କ୍ଷମତା ଗାଦି ଛଡ଼ାଇବାପାଇଁ ସମସ୍ତ ଉଦ୍ୟମ ଜାରି ରଖିଛି। ସେହିପରି ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀରେ କ୍ଷମତାରେ ଥିବା କଂଗ୍ରେସ ମଧ୍ୟ ପୁଣିଥରେ କ୍ଷମତାକୁ ଫେରିବାପାଇଁ ସବୁ ଉଦ୍ୟମ ଲଗାଇ ଦେଇଛି।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications