ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ

ଦିଲ୍ଲୀ ମଦ ଘୋଟାଲା ମାମଲା । ଉପମୁଖ୍ୟମନ୍ତ୍ରୀ ମନୀଷି ସିସୋଦିଆ ଗିରଫ । ସିବିଆଇ ଅଫିସରେ ତାଙ୍କୁ ୭ରୁ ୮ ଘଣ୍ଟା ଧରି ଜେରା କରାଯିବା ପରେ ତାଙ୍କୁ ଗିରଫ କରାଯାଇଛି ।

manisha sishodhia

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଘୋଟାଲା ମାମଲା । ଉପମୁଖ୍ୟମନ୍ତ୍ରୀ ମନୀଷି ସିସୋଦିଆ ଗିରଫ । ସିବିଆଇ ଅଫିସରେ ତାଙ୍କୁ ୭ରୁ ୮ ଘଣ୍ଟା ଧରି ଜେରା କରାଯିବା ପରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ହାଜର ହେବାକୁ ସିବିଆଇ ସମନ କରିଥିବା ବେଳେ ଆପ କର୍ମକର୍ତ୍ତାଙ୍କ ଶକ୍ତି ପ୍ରଦର୍ଶନ କରିଥିଲେ । ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ ।

ଗତବର୍ଷ ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସେକ୍ସେନା । ଯାହାକୁ ଅଣଦେଖା କରିଥିଲା ଆପ୍ । ସୂଚାନାଥାଓ ଯେ, ଫେବ୍ରୁଆରୀ ୧୯ ତାରିଖରେ ସିସୋଦିଆଙ୍କୁ ନୋଟିସ ସିବିଆଇରେ ହାଜରେ ହେବା ପାଇଁ ସମନ ପଠାଯାଇଥିଲା । ହେଲେ ଦିଲ୍ଲୀ ବଜେଟ୍ ପାଇଁ ସିସୋଦିଆ ଏକ ସପ୍ତାହର ସମୟ ମାଗିଥିଲେ ।

ସିସୋଦିଆଙ୍କୁ ଗିରଫ କରାଯିବା ପରେ ସିବିଆଇ ଅଫିସ ବାହାରେ ଆପ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆପ୍ ନେତା ସଞ୍ଜୟ ସିଂହଙ୍କ ନେତୃତ୍ୱରେ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ପୋଲିସ ତାଙ୍କୁ ସିବିଆଇ ଅଫିସ୍ ବାହାରୁ ଉଠାଇ ନେଇଥିଲା । ସିବିଆଇ କାର୍ଯ୍ୟାଳୟ ବାହାରେ ୧୪୪ ଧାରା ଲାଗୁ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+