ଇଡିର ୫ ସମନକୁ ଅଣଦେଖା କରିବା ମାମଲାରେ ଆଉ କିଛି ସମୟ ପରେ ଆସିବ କୋର୍ଟଙ୍କ ରାୟ
ନୂଆଦିଲ୍ଲୀ: ଇଡିର ବାରମ୍ବାର ସମନ ସ୍ୱତ୍ତେ ହାଜିର ହୋଇ ନାହାନ୍ତି କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ୫ ଥର ସମନ ଜାରି କରାଯାଇସାରିଛି । ହେଲେ ସେ ଅଣଦେଖା କରି ହାଜର ହେଉନାହାନ୍ତି । ଏହାକୁ ନେଇ ଇଡି କୋର୍ଟର ଦ୍ୱାରସ୍ଥ ହୋଇଛି । ଏହି ମାମଲାରେ ରାଉସ୍ ଆଭିନ୍ୟୁ କୋର୍ଟ ବୁଧବାର ଅପରାହ୍ନରେ ରାୟ ଦେବେ ବୋଲି ଜଣାପଡ଼ିଛି ।
ତେବେ କୋର୍ଟ ପକ୍ଷରୁ କେଜ୍ରିୱାଲଙ୍କୁ ଝଟ୍କା ଲାଗିବ ନା ଇଡିର ତଦନ୍ତରୁ ତାଙ୍କୁ ଆଶ୍ୱସ୍ତି ମିଳିବ ତା ଉପରେ ସମସ୍ତଙ୍କ ନଜର ରହିଛି ।ସୂଚନାଯୋଗ୍ୟ, ଅବକାରୀ ମାମଲାରେ ୫ ଥର ସମନ ପଠାଇବା ସତ୍ତ୍ୱେ କେଜ୍ରିୱାଲଙ୍କ ବିରୋଧରେ ଶନିବାର ଇଡି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।

ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ କୋର୍ଟ ପକ୍ଷରୁ ସମନ ଜାରି କରାଯାଉ ବୋଲି ଅନୁରୋଧ କରାଯାଇଛି । ତେବେ ବୁଧବାର ପୂର୍ବାହ୍ନରେ ଭିଡିଓ କନ୍ଫରେନ୍ସିଂ ଯୋଗେ ଶୁଣାଣି କରାଯାଇଥିବା ବେଳେ ଇଡିର ଦଲିଲ ଶୁଣି କୋର୍ଟ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି । ଅପରାହ୍ନ ୪ଟାରେ ଏହାର ରାୟ ଆସିବ ।












Click it and Unblock the Notifications