Get Updates
Get notified of breaking news, exclusive insights, and must-see stories!

ଲାଲୁ-ତେଜସ୍ୱୀଙ୍କ ବଢ଼ିଲା ଅଡ଼ୁଆ, ଏହି ମାମଲାରେ କୋର୍ଟ ପଠାଇଲେ ସମନ

ପୁଣି ଲାଲୁଙ୍କ ବଢ଼ିଲା ଅଡ଼ୁଆ । ପୂର୍ବତନ ରେଳମନ୍ତ୍ରୀ ଲାଲୁପ୍ରସାଦ ଯାଦବ, ତାଙ୍କ ପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଅନ୍ୟମାନେ ଜମି ବଦଳରେ ଚାକିରି ଦେବାରେ ଆର୍ଥକ ଅନିୟମିତତା ସଂକ୍ରାନ୍ତ ମାମଲାରେ ଦିଲ୍ଲୀର ଏକ କୋର୍ଟ ଏମାନଙ୍କୁ ଆଜି ସମନ ଜାରି କରିଛନ୍ତି । ଏଥିସହିତ ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟ ଲାଲୁଙ୍କ ବଡ଼ପୁଅ ତେଜପ୍ରତାପ ଯାଦବଙ୍କୁ ମଧ୍ୟ ସମନ ଜାରି କରିଛନ୍ତି ।

ଆସନ୍ତା ଅକ୍ଟୋବର ୭ ତାରିଖରେ କୋର୍ଟରେ ହାଜର ହେବା ଲାଗି ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗ୍‌ନେ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗଫର୍ଦ୍ଦ ଆସିବା ପରେ ବିଚାରପତି ଏହି ଆଦେଶ ଦେଇଛନ୍ତି । ଏ ସମ୍ବନ୍ଧୀୟ ପ୍ରବର୍ତନ ନିର୍ଦ୍ଦେଶାଳୟ-ଇଡି କୋର୍ଟଙ୍କୁ ଅଗଷ୍ଟ ୬ ତାରିଖରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ ।

lalu yadav

ଇଡିର କହିବା ଅନୁଯାୟୀ ୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ବେଳେ ରେଳବାଇର ପଶ୍ଚିମ କେନ୍ଦ୍ରୀୟ ଜୋନ୍‌ରେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି ବେଳେ ବ୍ୟାପକ ହେରଫେର ହୋଇଥିଲା । ଏହି ଜମି ବଦଳରେ ଚାକିରି ପାଇବା ନେଇ ହୋଇଥିବା ବ୍ୟାପକ ଦୁର୍ନୀତିରେ ଆର୍ଜେଡି ମୁଖ୍ୟଙ୍କ ପରିବାର ଏବଂ ସହଯୋଗୀମାନଙ୍କ ନାମ ଉଠିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+