କେଜ୍‌ରିୱାଲଙ୍କୁ କୋର୍ଟ ପକ୍ଷରୁ ସମନ ଜାରି, ଏହି ତାରିଖରେ EDରେ ହାଜର ହେବା ପାଇଁ ଦେଲେ ନିର୍ଦ୍ଦେଶ

Delhi Court Summon To Arvind Kejriwal: ଦିଲ୍ଲୀ ମଦ ଦୁର୍ନୀତି ମାମଲା । ବାରମ୍ବାର ନୋଟିସ୍ ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହାଜର ହେଉ ନଥିବାରୁ ଇଡି ପୁଣି କୋର୍ଟ ଦ୍ୱାରସ୍ଥ ହୋଇଛି । ଇଡିର ଦ୍ୱିତୀୟ ଅଭିଯୋଗ ପରେ ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏସ ସମନ ଜାରି କରିଛନ୍ତି । ଯେଉଁଥିରେ ୧୬ ମାର୍ଚ୍ଚରେ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମଦ ନୀତି ମାମଲାରେ କେଜ୍ରିୱାଲ ବାରମ୍ବାର ସମନକୁ ଅଣଦେଖା କରୁଥିବା ନେଇ ଇଡି କୋର୍ଟରେ ଦ୍ୱିତୀୟ ଅଭିଯୋଗ ଦାଖଲ କରିଛି । ଯାହା ଉପରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏବଂ ମାର୍ଚ୍ଚ ୧୬ ସୁଦ୍ଧା ହାଜର ହେବା ପାଇଁ ନୋଟିସ୍ ଜାରି କରିଛନ୍ତି ।

Arvind Kejriwal

ଏହାପୂର୍ବରୁ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ୮ଟି ସମନ ଜାରି କରିବା ସତ୍ତ୍ୱେ ସେ ଏଜେନ୍ସିରେ ହାଜର ହୋଇନାହାଁନ୍ତି । ଅରବିନ୍ଦ କେଜ୍ରିୱାଲ ଏହି ସମସ୍ତ ସମନକୁ ବେଆଇନ ଏବଂ ରାଜନୈତିକ କହି ଅଣଦେଖା କରି ଆସୁଛନ୍ତି । ସେ ଆହୁରି କହିଥିଲେ ଯେ, ଇଡିଙ୍କ ସମନ ବେଆଇନ କିନ୍ତୁ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+