ସ୍ୱାତୀ ମାଲିୱାଲ ମାମଲାରେ ୫ ଦିନିଆ ରିମାଣ୍ଡରେ ଗଲେ ବୈଭବ
ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ । ଆପ ସାଂସଦ ସ୍ୱାତି ମାଲିଓକ୍ୱାଲଙ୍କୁ ମାରପିଟ ମାମଲାରେ ପୁଲିସ ଗିରଫ ଗିରଫ କରିଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାତି ମାଲିୱାଲଙ୍କ ଅଭିଯୋଗର ଦୁଇ ଦିନ ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
ଆଉ ଆଜି ବୈଭବ କୁମାରଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଦିଲ୍ଲୀର ଏକ ଅଦାଲତ ଅନୁମତି ଦେଇଛନ୍ତି । ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଗୌରବ ଗୋଏଲ ଦିଲ୍ଲୀ ପୁଲିସର ଆବେଦନର ଶୁଣାଣି କରୁଥିଲେ ଯେଉଁଥିରେ ଅତିରିକ୍ତ ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ ପ୍ରତିନିଧିତ୍ୱ କରିଥିଲେ । ପୁଲିସ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ତେବେ ଅଦାଲତ ବୈଭବ କୁମାରଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଦିଲ୍ଲୀ ପୁଲିସକୁ ଅନୁମତି ଦେଇଛନ୍ତି ।

ସୂଚନାଯୋଗ୍ୟ, ମେ' ୧୩ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଘଟିଥିବା ଏହି ଘଟଣାରେ ଏଏପିର ରାଜ୍ୟ ସଭା ଏମ୍ପି ସ୍ୱାତୀ ମାଲିୱାଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ଯେ, ବିଭବ ତାଙ୍କୁ ଆକ୍ରମଣ କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ୱାତୀ ମଧ୍ୟ ପୋଲିସ ନିକଟରେ ଏକ ମାମଲା ରୁଜୁ କରିଥିଲେ । ସ୍ୱାତୀଙ୍କ ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ଶନିବାର ବିଭବ କୁମାରଙ୍କୁ ଗିରଫ କରିଛି । ଆଉ ଆଜି ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ୍ ।












Click it and Unblock the Notifications