Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ମିଳିଲା ଜାମିନ, ED ମାଗିଲା୪୮ ଘଣ୍ଟା

ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଆଶ୍ୱସ୍ତି । କେଜ୍ରିୱାଲଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ରାଉଜ ଏଭେନ୍ୟୁ କୋର୍ଟ । ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଜଡ଼ିତ ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କୁ ମିଳିଛି ଆଶ୍ୱସ୍ତି । ୧ ଲକ୍ଷ ଟଙ୍କାର ଜମାନତ ରାଶି ଆଧାରରେ ତାଙ୍କୁ ଜାମିନ ମିଳିଛି । ଜାମିନ ବଣ୍ଡରେ ଦସ୍ତଖତ କରିବାକୁ ଇଡି କୋର୍ଟକୁ ୪୮ ଘଣ୍ଟା ମାଗିଛି ଯାହା ଦ୍ୱାରା ହାଇକୋର୍ଟରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରାଯାଇପାରିବ। ୧ ଲକ୍ଷ ଟଙ୍କାର ବଣ୍ଡ ଦାଖଲ କରିବା ପରେ କେଜ୍ରିୱାଲ ଶୁକ୍ରବାର ଜେଲରୁ ମୁକୁଳିବେ। କୋର୍ଟ ସନ୍ଧ୍ୟା ୮ଟାରେ ଜାମିନ ନିର୍ଦ୍ଦେଶ ଦେଇଥିବାରୁ ଏହାର କାଗଜ ଆସନ୍ତାକାଲି ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିବ। ଏହାପରେ ଯାଇ କେଜ୍ରିୱାଲ ଜେଲରୁ ବାହାରିବେ।

ଏହା ପୂର୍ବରୁ ଜୁନ୍ ୧୯ ରେ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନିୟମିତ ଜାମିନ ଆବେଦନ ଉପରେ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଶୁଣାଣି ପରେ ରାଉଜ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ହେପାଜତକୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କିନ୍ତୁ ଜୁନ୍ ୨୦ ତାରିଖ ଗୁରୁବାର ଦିନ କୋର୍ଟ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ଦେବା ସହ ୧ ଲକ୍ଷ ଟଙ୍କାର ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି।

ଜାମିନ ବିରୋଧରେ ଇଡି ଜୋରଦାର ଯୁକ୍ତି ଉପସ୍ଥାପନ କରିଥିଲା। ଜାମିନ ନିର୍ଦ୍ଦେଶ ଉପରେ ୪୮ ଘଣ୍ଟାର ରୋକ ଲଗାଇବାକୁ ମଧ୍ୟ ତଦନ୍ତକାରୀ ସଂସ୍ଥା କହିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଆଜିର ଶୁଣାଣି ବେଳେ କେଜ୍ରିୱାଲଙ୍କ ଓକିଲ କହିଥିଲେ ଯେ "ମାମଲା କେବଳ ଘଟଣାର ଅଭିଯୁକ୍ତରୁ ରାଜସାକ୍ଷୀ ବନିଥିବା ଲୋକଙ୍କ ବୟାନ ଉପରେ ଆଧାରିତ। ସେମାନେ ନିଜର ଦୋଷ ସ୍ୱୀକାର କରିଛନ୍ତି। ସେମାନେ ଏଠାରେ ସନ୍ଥ ନୁହନ୍ତି।

arvind kejriwal

ସେମାନେ କେବଳ ଭ୍ରଷ୍ଟ ନୁହନ୍ତି, ବରଂ ସେମାନଙ୍କ ମଧ୍ୟରୁ ଅନେକ ଗିରଫ ହୋଇ ଜାମିନ ପାଇଛନ୍ତି। ସେମାନଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ଜାମିନ ଦିଆଯାଇଛି। ସେମାନେ ରାଜସାକ୍ଷୀ ବନିଛନ୍ତି। ଏଠାରେ ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଗିରଫ ହୋଇ ନାହାନ୍ତି। ସେମାନଙ୍କ ବୟାନକୁ ମଧ୍ୟ ବିଚାରକୁ ନିଆଯାଇ ମାମଲା ହୋଇଛି। କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ଆମ୍ ଆଦମୀ ପାର୍ଟି ନେତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କେଜ୍ରିଓ୍ଵାଲଙ୍କୁ ଜାମିନ ମିଳିବା ପରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶୀ ମାର୍ଲେନା ଟ୍ୱିଟ୍ କରି ଲେଖିଛନ୍ତି "ସତ୍ୟମେବ ଜୟତେ! ଖୁବଶୀଘ୍ର କେଜ୍ରିୱାଲ ଜେଲରୁ ବାହାରିପାରନ୍ତି ବୋଲି ଅନୁମାନ କରାଯାଉଛି ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+