ସିସୋଦିଆଙ୍କୁ ପୁଣି କୋର୍ଟରୁ ଲାଗିଲା ବଡ଼ ଝଟକା , ୮ମେ ପର୍ଯ୍ୟନ୍ତ ରହିବେ ଜେଲରେ
ନୂଆଦିଲ୍ଲୀ: ଦିଲ୍ଲୀ ଲିକର ପଲିସି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ମନୀଷ ସିସୋଡିଆ ପୁଣି ଥରେ କୋର୍ଟରୁ ଝଟ୍କା ପାଇଛନ୍ତି । ରାଉସ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ମେ ୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଦିଲ୍ଲୀ କୋର୍ଟ ମନିଶ ସିସୋଦିଆ , ବିଜୟ ନାୟାର ଏବଂ ଅନ୍ୟ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତକୁ ମେ ୮, ୨୦୨୪ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ୱାରା ଅନୁସନ୍ଧାନ କରାଯାଉଥିବା ମନି ଲଣ୍ଡରିଂ ମାମଲାରେ ବୃଦ୍ଧି କରିଛନ୍ତି । ଆଜି ତାଙ୍କର ନ୍ୟାୟିକ ହେପାଜତ ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

ଗତ ବର୍ଷ ଫେବୃଆରୀରେ ମନୀଷ ସିସୋଡିଆଙ୍କୁ ଗିରଫ କରାଯାଇଥିଲା । ସେବେଠାରୁ ସେ ଜେଲରେ ଅଛନ୍ତି । ଉକ୍ତ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟ ଗିରଫ କରାଯାଇଛି । ଶୁଣାଣି ସମୟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏହାର ଉତ୍ତର ଦାଖଲ କରିବାକୁ ସମୟ ମାଗିଥିଲା । ଏହା ଉପରେ କୋର୍ଟ ମେ ୮ ପର୍ଯ୍ୟନ୍ତ ଇଡିକୁ ସମୟ ଦେଇଥିଲେ ।












Click it and Unblock the Notifications