Get Updates
Get notified of breaking news, exclusive insights, and must-see stories!

ପୁଣି ଥରେ ସିସୋଦିଆଙ୍କୁ କୋର୍ଟରୁ ଲାଗିଲା ଝଟକା

ନୂଆଦିଲ୍ଲୀ : ପୁଣିଥରେ ନିରାଶ ହେଲେ ମନୀଷ ସିସୋଦିଆ । ଦିଲ୍ଲୀର ମଦ ନୀତି ଦୁର୍ନିତ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟରୁ ପୁଣିଥରେ ଲାଗିଛି ଝଟକା । ମଦ ଦୁର୍ନୀତି ମାମଲାରେ ଜଡ଼ିତ ସିବିଆଇର ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧିକୁ ୨୬ ଜୁଲାଇ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।

Manish Sisodia

ଆସନ୍ତା ସୋମବାର ତାଙ୍କୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି । ଅନ୍ୟପଟେ ସିବିଆଇ ମାମଲାରେ ବିଆରଏସ ନେତା କେ କବିତାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟ୍ ରାଉସ ଆଭେନ୍ୟୁ କୋର୍ଟ ଗ୍ରହଣ କରିଛନ୍ତି । ରାଉସ ଆଭେନ୍ୟୁ କୋର୍ଟ ଭିଡିଓ କନଫରେନ୍ସିଂ ଜରିଆରେ କବିତାଙ୍କୁ ଜୁଲାଇ ୨୬ ଅପରାହ୍ନ ୨ ଟାରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ କୋର୍ଟ କବିତାଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+