ପୁଣି ନିରାଶ ହେଲେ କେଜ୍ରିୱାଲ, ଜୁଲାଇ ୧୨ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ପୁଣି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୧୨ ତାରିଖ ଯାଏଁ ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦୀ । ଦିଲ୍ଲୀ କୋର୍ଟ ଏନେଇ ବୁଧବାର ଶୁଣାଣି କରିଛନ୍ତି । ଅର୍ଥ ଠକେଇ ଘଟଣାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି । କେଜ୍ରିୱାଲଙ୍କ ସହ ବିନୋଦ ଚୌହ୍ୱାନଙ୍କ ବିଚାର ବିଭାଗୀୟ ହାଜତକୁ ମଧ୍ୟ ଜୁଲାଇ ୧୨ ଯାଏଁ ବଢ଼ାଇ ଦିଆଯାଇଛି ।

arvind kejriwal

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗର ତଦନ୍ତ ପାଇଁ ହେପାଜତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି । ଏହା ପୂର୍ବରୁ ସିବିଆଇ କେଜ୍ରିୱାଲଙ୍କୁ ୧୪ ଦିନ ପାଇଁ ପେହାଜତକୁ ନେଇଥିଲା । କୋର୍ଟ ଇଡି ଆବେଦନର ଶୁଣାଣି ସହ କେଜ୍ରିୱାଲଙ୍କ ଚିକିତ୍ସା ସମୟରେ ତାଙ୍କ ସ୍ତ୍ରୀଙ୍କ ଉପସ୍ଥିତି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି ।

ସିବିଆଇ ସହ ଜଡିତ ଏହି ମାମଲାରେ ଜାମିନ ପ୍ରଦାନ କରିବାକୁ କେଜ୍‌ରିୱାଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ଏହା ଉପରେ ଶୀଘ୍ର ଶୁଣାଣି କରିବାକୁ ସେ ଦାବି କରିଛନ୍ତି । ଏହି ମାମଲାର ଶୁଣାଣି ଶୁକ୍ରବାର ଅନୁଷ୍ଠିତ ହେବ । ଗୁରୁବାର ଏହି ମାମଲାର ଶୁଣାଣି ପାଇଁ ଓକିଲ ଆବେଦନ କରିଥିବାବେଳେ ଜଷ୍ଟିସ ମନମୋହନ କହିଛନ୍ତି, ପ୍ରଥମେ ବିଚାରପତିମାନଙ୍କୁ କାଗଜପତ୍ର ଦେଖିବା ପାଇଁ ଦିଅନ୍ତୁ । ତା'ପରେ ଆମେ ପରଦିନ ମାମଲାର ଶୁଣାଣି କରିବୁ । ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି । କୋର୍ଟ ଏକ ନୋଟିସ ଜାରି କରି ଏହି ମାମଲାରେ ସିବିଆଇରୁ ଉତ୍ତର ମାଗିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+