ଏପ୍ରିଲ ୨୩ ପର୍ଯ୍ୟନ୍ତ ଜେଲରେ ରହିବେ କେ କବିତା
K Kavitha Judicial Custody: ଦିଲ୍ଲୀ ମଦ ଦୁର୍ନୀତି ମାମଲା । ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ଲାଗିଲା ବଡ଼ ଝଟକା । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବିଆରଏସ ନେତା କେ କବିତାଙ୍କ ରିମାଣ୍ତ ଅବଧିକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

କୋର୍ଟରେ ଶୁଣାଣି ସମୟରେ ଇଡି କେ କବିତାଙ୍କୁ ରିମାଣ୍ତରେ ନେବା ପାଇଁ ଦାବି କରିବା ସହ କହିଥିଲେ ଯେ, ସେ ଅର୍ଥାତ୍ କେ କଭିତା ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରିବା ସହ କବିତା ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି।
କେ କବିତା ବିଚାରପତିଙ୍କ ସହ ଆଲୋଚନା କରି ନିଜ ମତ ପ୍ରକାଶ କରିବାକୁ ଦାବି କରିଥିଲେ ହେଲେ ଏନେଇ କୋର୍ଟ ପକ୍ଷରୁ ତାଙ୍କୁ ଅନୁମତି ମିଳିନଥିଲା । ସେ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ କେ କବିତା ଦାବି କରିଛନ୍ତି ଯେ, ମୋର ଏକ୍ସାଇଜ୍ ପଲିସି ସହିତ କୌଣସି ସମ୍ପର୍କ ନାହିଁ। ମୁଁ ପଡିତା, ଇଡି ଏବଂ ସିବିଆଇ ଦ୍ୱାରା ଅନୁସନ୍ଧାନ ୨.୫ ବର୍ଷ ଧରି ମିଡିଆ ଟ୍ରାଏଲ ମାଧ୍ୟମରେ ଜାରି ରହିଛି ।
କେ କବିତା କୋର୍ଟଙ୍କୁ କହିଛନ୍ତି ଯେ, ମ୍ୟାଡମ୍ ଜଷ୍ଟିସ୍ ଇଡି ଏବଂ ସିବିଆଇ ବିପକ୍ଷ ନେତାଙ୍କ ଉପରେ ୯୫ ପ୍ରତିଶତ ମାମଲା ରହିଛି। ଯେତେବେଳେ ଅଭିଯୁକ୍ତମାନେ ବିଜେପିରେ ଯୋଗ ଦିଅନ୍ତି ସେତେବେଳେ ହଠାତ୍ ତଦନ୍ତ ବନ୍ଦ ହୋଇଯାଏ। ସଂସଦରେ ବିଜେପି ନେତାମାନେ ଖୋଲାଖୋଲି ଭାବେ ବିରୋଧୀଙ୍କୁ ଧମକ ଦେଇ କହୁଛନ୍ତି ଚୁପ୍ କର, ନଚେତ୍ ମୁଁ ଇଡି ପଠାଇବି ।
ସୂଚନାଥାଉ ଯେ, ଏହାପୂର୍ବରୁ ସୋମବାର ଏହି ମାମଲାରେ କବିତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ କୋର୍ଟ ମନା କରିଦେଇଥିଲେ। ୧୫ ମାର୍ଚ୍ଚରେ ତାଙ୍କୁ ହାଇଦ୍ରାବାଦସ୍ଥିତ ବାସଭବନରୁ ଗିରଫ କରାଯାଇଥିଲା। ଯାହା ପରେ ତାଙ୍କୁ ୭ ଦିନ ପାଇଁ ଇଡି ହେପାଜତକୁ ପଠାଯାଇଥିଲା । ପରେ ୩ ଦିନ ପାଇଁ ଆହୁରି ରିମାଣ୍ତ ଅବଧି ବଢାଯାଇଥିଲା । ପରେ କବିତାଙ୍କୁ ପୁଣି ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।












Click it and Unblock the Notifications