Get Updates
Get notified of breaking news, exclusive insights, and must-see stories!

ସିସୋଦିଆଙ୍କୁ ପୁଣି ଲଗିଲା ବଡ଼ ଝଟକା, ମିଳିଲାନି ଜାମିନ

ନୂଆଦିଲ୍ଲୀ: ଦେଶରେ ନିର୍ବାଚନି ମାହୋଲ ଭିତରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି । ଆପର ବରିଷ୍ଠ ନେତା ତାଥା ଦିଲ୍ଲୀ ସରକାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ରାୱଜ ଏଭିନ୍ୟୁ କୋର୍ଟ ଦ୍ୱିତୀୟଥର ପାଇଁ ଖାରଜ କରିଦେଇଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ତାଙ୍କ ଜାମିନ ଆବେଦନ ଖରାଜ ହୋଇଛି ।

କିଛିଦିନ ପୂର୍ବରୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି କରି ରାଉଜ ଏଭେନ୍ୟୁ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ରାଉଜ ଆଭେନ୍ୟୁ କୋର୍ଟରେ ବିଚାରପତି କାବେରୀ ବାୱେଜାଙ୍କ ଇଜଲାସରେ ହୋଇଥିବା ଶୁଣାଣିରେ ସିବିଆଇ ସିସୋଦିଆଙ୍କୁ ଏହି ଦୁର୍ନୀତିର 'କିଙ୍ଗପିନ୍‌' କହିଥିଲା ଓ ଏଣୁ ତାଙ୍କ ଜାମିନକୁ ନେଇ ଆପତ୍ତି କରିଥିଲା ।

Manish Sisodia

ସିବିଆଇ କହିଥିଲା ଯେ ଯଦି ତାଙ୍କୁ ଜାମିନ ଦିଆଯାଏ ତେବେ ସେ ପ୍ରମାଣ ଓ ସାକ୍ଷଙ୍କୁ ପ୍ରଭାବିତ କରିପାରନ୍ତି । ମନିଷ ସିସୋଦିଆଙ୍କୁ ଦିଲ୍ଲୀ ଉତ୍ପାଦ ଶୁଳ୍କ ନୀତି ୨୦୨୧-୨୨ର ପ୍ରସ୍ତୁତି ଓ କାର୍ଯ୍ୟକାରୀ କରିବାରେ କଣ୍ଡ ଦୁର୍ନୀତି ଲାଗି ୨୬ ଫେବୃଆରୀ ୨୦୨୩ରେ ସିବିଆଇ ଗିରଫ କରିଥିଲା । ସିସୋଦିଆ ୨୨ ମାର୍ଚ୍ଚ ୨୦୨୧ରେ ନୂଆ ମଦ ନୀତି ଘୋଷଣା କରିଥିଲେ ।

୧୭ ନଭେମ୍ବର ୨୦୨୧ରେ ମଦ ନୀତି ୨୦୨୧-୨୨ ଲାଗୁ ହୋଇଥିଲା । ନୂଆ ନୀତି ଆସିବା ପରେ ସରକାର ନିଜକୁ ମଦ ବ୍ୟବସାୟରୁ ବାହାର କରିଦେଇଥିବା ବେଳେ ମଦ ଦୋକାନ ସବୁ ଘରୋଇ ହାତକୁ ଚାଲି ଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+