Get Updates
Get notified of breaking news, exclusive insights, and must-see stories!

ବିବାଦୀୟ ଟ୍ବିଟ ମାମଲା: ବଢିଲା ଜୁବୈରଙ୍କ ଅନ୍ତରୀଣ ଜାମିନ ଅବଧି

ସାମ୍ବାଦିକ ଜୁବୈରଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ହୋଇଛି। ବିବାଦୀୟ ଟ୍ବିଟ ମାମଲାରେ ଆଜି ଶୁଣାଣିରେ ପୂର୍ବରୁ କୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ସୁରକ୍ଷା ଅବଧିକୁ ବଢାଇଛନ୍ତି ।

ନୂଆଦିଲ୍ଲୀ: ସାମ୍ବାଦିକ ମହମ୍ମଦ ଜୁବୈରଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ହୋଇଛି। ବିବାଦୀୟ ଟ୍ବିଟ ମାମଲାରେ ଆଜି ଶୁଣାଣିରେ ପୂର୍ବରୁ କୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ସୁରକ୍ଷା ଅବଧିକୁ ବଢାଇଛନ୍ତି । ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର 7 ତାରିଖକୁ ଧାର୍ଯ୍ୟ କରିଛନ୍ତି ଖଣ୍ଡପୀଠ । ଏହି ଅବଧି ମଧ୍ୟରେ ଜୁବୈରଙ୍କୁ ପୋଲିସ ଗିରଫ କରି ପାରିବ ନାହିଁ ।

zubair

ଏହି ମାମଲାକୁ ଖାରଜ କରିବା ପାଇଁ ପ୍ରଥମେ ଆହ୍ଲାବାଦ ହାଇକୋର୍ଟ ଓ ପରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ଜୁବୈର । ପୂର୍ବରୁ ସର୍ବୋଚ୍ଚ କୋର୍ଟ ମାତ୍ର 5 ଦିନ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିବା ବେଳେ ଆଜି ଏହି ଅବଧିକୁ ବଢାଯାଇଛି ।

ଆଜି ମାମଲାର ଶୁଣାଣି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ ଓ ଏ.ଏସ ବୋପାନ୍ନାଙ୍କ ନେତୃତ୍ବାଧୀନ ଦୁଇଜଣିଆ ଖଣ୍ଡପୀଠ ଦ୍ବାରା ହୋଇଥିଲା । ଏହି ମାମଲାରେ ଜୁବେରଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯିବ । ଏଥିସହ ମାମଲାରେ ଉତ୍ତର ରଖିବା ପାଇଁ ଉତ୍ତପ୍ରଦେଶ ସରକାରଙ୍କୁ ଚାରି ସପ୍ତାହ ସମୟ ଦେଇଛନ୍ତି କୋର୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+