କଂଗ୍ରେସକୁ ବଡ଼ ଝଟକା, ହାତ ଛାଡି ଝାଡୁ ଧରିଲେ ୫ ଥରର ବିଧାୟକ
ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି | ବାସ୍ତବରେ ଦିଲ୍ଲୀର ପାଞ୍ଚ ଥର କଂଗ୍ରେସ ବିଧାୟକ ମତିନ ଅହମ୍ମଦ ଆଜି ଆମ୍ ଆଦମୀ ପାର୍ଟି (AAP) ରେ ଯୋଗ ଦେଇଛନ୍ତି । ମତିନ ଅହମ୍ମଦ କଂଗ୍ରେସର ଜଣେ ବରିଷ୍ଠ ନେତା। ଦିଲ୍ଲୀ ନିର୍ବାଚନ ପୂର୍ବରୁ ମତିନ ଅହମ୍ମଦଙ୍କ କଂଗ୍ରେସରେ ଯୋଗଦେବା ଏକ ବଡ କ୍ଷତି ବୋଲି ବିବେଚନା କରାଯାଉଛି।
୫ଥର ବିଧାୟକ ରହିଛନ୍ତି ମତିନ ଅହମଦ । ପୂର୍ବରୁ ମତିନଙ୍କ ପୁଅ ବୋହୂ କଂଗ୍ରେସ ଛାଡି ଆପରେ ମିଶି ସାରିଛନ୍ତି । ମତିନ ଅହମଦ ସିଲମପୁର ଆସନରୁ କଂଗ୍ରେସର ୫ ଥର ବିଧାୟକ ପଦରେ ରହିଛନ୍ତି । ୧୯୯୩ରୁ ନେଇ ୨୦୧୩ ଯାଏ ଲଗାତାର ନିର୍ବାଚନ ଜିତି ବିଧାୟକ ହୋଇଛନ୍ତି । ତାଙ୍କ ପୁଅ ଚୌଧୁରୀ ଜୁବେର ଏବଂ ବୋହୂ ଅକ୍ଟୋବର ୨୯ ତାରିଖରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ।
ମତିନ ଅହମଦ ୨ ଥର ଦିଲ୍ଲୀ ୱାକଫ ବୋର୍ଡର ଚେୟାରମ୍ୟାନ ରହିଛନ୍ତି । ୨୦୦୪ ଓ ୨୦୦୯ରେ ସେ ୱାକଫ ବୋର୍ଡର ଅଧ୍ୟକ୍ଷ ଭାର ସମ୍ଭାଳିଥିଲେ । ଏହା ସହିତ ଦିଲ୍ଲୀରେ କଂଗ୍ରେସ ସରକାରରେ ସେ ଜଳ ବୋର୍ଡ ଉପାଧ୍ୟକ୍ଷ ଭାର ସମ୍ଭାଳିଥିଲେ । ମତିନ ଅହମଦଙ୍କର ସିଲମପୁର ଅଞ୍ଚଳରେ ଲୋକପ୍ରିୟତା ରହିଛି ।

୨୦୧୫ ଓ ୨୦୧୦ରେ ଏଠାରେ ଆପ ବିଜୟୀ ହୋଇଥିଲା । ମାତ୍ର ଏଥର ଲଢେଇ ଅଧିକ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । ନିର୍ବାଚନ ପୂର୍ବରୁ ମତିନ ଅହମଦଙ୍କ ଆପରେ ସାମିଲ ହେବା ସିଲମପୁରରେ ଆପକୁ ଅଧିକ ଶକ୍ତିଶାଳୀ କରିଥିବା କୁହାଯାଉଛି । ଏବେ ଦେଖିବାକୁ ରହିଲା କଂଗ୍ରେସ ଏହିଠାରୁ କାହାକୁ ପ୍ରାର୍ଥୀ କରୁଛି ।












Click it and Unblock the Notifications