ଆସନ୍ତାକାଲି ବସିବ ଦିଲ୍ଲୀ ବିଜେପି ବିଧାୟକ ଦଳ ବୈଠକ

କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଖୁବ ଶୀଘ୍ର ନାଁ ଘୋଷଣା କରିପାରେ ବିଜେପି । ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତ ଶେଷ କରି ସ୍ବଦେଶ ଫେରିଛନ୍ତି । ଏବେ ଦିଲ୍ଲୀର ନୂଆ ସରକାର ପାଇଁ ସମ୍ଭାବ୍ୟ ଚେହେରା ବିଷୟରେ ତାଙ୍କ ସହିତ ଆଲୋଚନା କରାଯିବ । ଏହା ପରେ ହିଁ ଚୂଡ଼ାନ୍ତ ନାମ ସ୍ଥିର କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ତାରିଖ ଘୋଷଣା କରାଯାଇଛି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ୧୮ ଫେବ୍ରୁଆରି ମଧ୍ୟାହ୍ନ ୧୨ଟାରେ ରାଜଧାନୀର ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିବେ।

ଏହା ପୂର୍ବରୁ ସୋମବାର ବିଜେପି ବିଧାୟକ ଦଳର ବୈଠକ ବସିବ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବେ। ମୁଖ୍ୟମନ୍ତ୍ରୀଙ୍କ ନାମ ନିର୍ଦ୍ଧାରଣ ପାଇଁ ବିଜେପି ସୋମବାର ବିଧାୟକ ଦଳ ବୈଠକ ଡାକିଛି। ସମସ୍ତ ବିଧାୟକଙ୍କୁ ଅବଗତ କରାଯାଇଛି। ଦିଲ୍ଲୀ ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ ।

bjp

ସୂଚନାଯୋଗ୍ୟ, ଦିଲ୍ଲୀରୁ ପ୍ରଥମ ଥର ନିର୍ବାଚନରେ ଜିତିଥିବା ଚେହେରାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳ ବିଚାର କରୁଥିବା ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଯେଉଁ ନାମଗୁଡ଼ିକ ଉପରେ ଆଲୋଚନା ହେଉଛି ସେମାନଙ୍କ ମଧ୍ୟରେ ଶାଲିମାର ବାଗର ବିଧାୟକ ରେଖା ଗୁପ୍ତା, ଗ୍ରେଟର କୈଳାସରୁ ବିଧାୟକ ଶିଖା ରାୟ, ମୁସ୍ତାଫାବାଦରୁ ବିଧାୟକ ମୋହନ ସିଂହ ବିଷ୍ଟ, ମାଲବ୍ୟ ନଗରରୁ ବିଧାୟକ ସତୀଶ ଉପାଧ୍ୟାୟ, ଜନକପୁରୀରୁ ବିଧାୟକ ଆଶିଷ ସୁଦ ଏବଂ ଉତ୍ତମ ନଗର ଆସନରୁ ଜିତିଥିବା ପବନ ଶର୍ମା ଅନ୍ତର୍ଭୁକ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+