ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେଲେ ବଡ଼ ପଦକ୍ଷେପ
ଦିଲ୍ଲୀର ଗମ୍ଭୀର ବାୟୁ ପ୍ରଦୂଷଣ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଯାହା ଫଳରେ ସୁରକ୍ଷା ଅତ୍ୟାବଶ୍ୟକ ହୋଇପଡୁଛି। ଶୀତଦିନ ହେବା ମାତ୍ରେ ଦିଲ୍ଲୀ ପୁଣି ଥରେ ବିଷାକ୍ତ କୁହୁଡ଼ିର ଘନ ଚାଦରରେ ଘୋଡ଼ାଇ ହୋଇଯାଏ। ଲଗାତାର କିଛି ଦିନ ଧରି ଏପରି ରହିବା ଫଳରେ ବାୟୁର ଗୁଣବତ୍ତା ଆହୁରି ଖରାପ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପ୍ରଦୂଷଣ ମୁକାବିଲା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି।
ପବ୍ଲିକ୍ ୱାର୍କସ୍ ବିଭାଗ (PWD) ପକ୍ଷରୁ ୧୩ଟି ପ୍ରଦୂଷଣ ହଟସ୍ପଟ୍ରେ ମିଷ୍ଟ ସ୍ପ୍ରେ ସିଷ୍ଟମ୍କୁ ସ୍ଥାପନ କରିବାର ଯୋଜନା କାରଯାଉଛି। ଯାହା ପାଇଁ ୩୦୫ଟି ବିଦ୍ୟୁତ୍ ଖୁଣ୍ଟ କୁ ଚୟନ କରାଯାଇଛି। ଟେଣ୍ଡର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଅଛି। ଏହି ସୁବିଧା ଆଗାମୀ ୧୫ ରୁ ୨୦ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି।

ଶୀତଦିନ ଆସିବା ସହ ଦିଲ୍ଲୀରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଅସମ୍ଭାଳ ହୋଇପଡିଥାଏ। ଏହି ସମସ୍ୟାକୁ କମାଇବା ପାଇଁ ପାଇଁ ଅନେକ ପରୀକ୍ଷଣ କରାଯାଇଥାଏ। ଏସବୁ ମଧ୍ୟରେ ପ୍ରଦୂଷଣ ହ୍ରାସ କରିବା ପାଇଁ ଦିଲ୍ଲୀରେ ଗତ ଦୁଇ ବର୍ଷ ଧରି ଏକ ନୂତନ ପରୀକ୍ଷଣ ଚାଲିଛି। ବିଦ୍ୟୁତ୍ ଖୁଣ୍ଟରେ କୁହୁଡ଼ି ସ୍ପ୍ରେ ବା ମିଷ୍ଟ ସ୍ପ୍ରେ ସିଷ୍ଟମ୍ ଲଗାଯାଉଛି। ଏହି ସିଷ୍ଟମରେ ବିଦ୍ୟୁତ୍ ଖୁଣ୍ଟରେ ଲଗାଯାଇଥିବା ପମ୍ପଗୁଡ଼ିକ ଚାରିପାଖରେ ପାଣି ସ୍ପ୍ରେ କରିଥାନ୍ତି। ଯାହାଫଳରେ ବିଦ୍ଯୁତ ଖୁଣ୍ଟ ଚାରିପଟେ କୁହୁଡି ବା ଧୂଳିର ଆସ୍ତରଣ ଜମା ହୋଇପାରେ ନାହିଁ ।












Click it and Unblock the Notifications