ବିରୋଧୀ ଦଳ ନେତାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ.....
ଦିଲ୍ଲୀ ବିଧାନସଭା ଅଧିବେଶନରେ ସିଏଜି ରିପୋର୍ଟ ଉପରେ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଏବଂ ବିଧାୟକ ଆତିଶୀଙ୍କୁ ପ୍ରଶଂସା କରିଥିଲେ। ଯାହାକି ଚର୍ଚ୍ଚାରେ ରହିଛି। ରେଖା ଗୁପ୍ତା ବିରୋଧୀଙ୍କ ପ୍ରଶଂସା କରି କହିଥିଲେ, ଆମ ଆଦମୀ ପାର୍ଟିର ନେତାଙ୍କ ମଧ୍ୟରେ ଯେତେ ବି ତ୍ରୁଟି ଥାଉ ଗୋଟିଏ ଜିନିଷ ଭଲ ବୋଲି ମୁଁ ଅନୁମାନ କରି ପାରିଛି। ଏହି ଲୋକମାନେ ଯେତେ ବି ଭୁଲ କରନ୍ତୁ ଶେଷରେ ସେମାନେ ନିଜର ଭୁଲ ସ୍ୱୀକାର କରି ନିଅନ୍ତି ।

ଯାହାବି ହେଉ ଶେଷରେ ଆତିଶୀ ତାଙ୍କର ଭୁଲ ସ୍ୱୀକାର କରିଛନ୍ତି। ରେଖା ଗୁପ୍ତାଙ୍କ ଏହି ବୟାନ ଆତିଶୀଙ୍କ ଭାଷଣ ପରେ ଆସିଛି। ଯେଉଁଥିରେ ଆତିଶୀ କହିଥିଲେ,'ଆମେ ଚୋର, ମୂଲ୍ୟହୀନ ବୋଲି ଆମେ ସ୍ୱୀକାର କରୁଛୁ କିନ୍ତୁ ବିଜେପି ଗତ ୪ ଦିନ ଧରି ଆମ ଆଦମୀ ପାର୍ଟିକୁ କେବଳ ଗାଳି ଦେଇ ଆସୁଛି। ସେହିପରି କେଜ୍ରିୱାଲ ମଧ୍ୟ ଯମୁନା ପାଣିକୁ ନେଇ ଦେଇଥିବା ବୟାନ ଉପରେ ତାଙ୍କର ଭୁଲ ସ୍ୱୀକାର କରିଥିଲେ। ଆଉ କହିଥିଲେ, ''ସେ ଯମୁନାକୁ ସଫା କରିପାରିଲେ ନାହିଁ ଏବଂ ତାଙ୍କୁ ଆଉ ଏକ ସୁଯୋଗ ଦିଆଯିବା ଉଚିତ ଯାହା ଦ୍ୱାରା ସେ ଯମୁନାକୁ ସଫା କରିପାରିବେ।''












Click it and Unblock the Notifications