Get Updates
Get notified of breaking news, exclusive insights, and must-see stories!

ଆକ୍ସନ ମୋଡ୍‌ରେ ରେଖା, ଅଧୁରା କାମ ପୂରା କରିବାକୁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆକ୍ସନ ମୋଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଗ୍ରାଉଣ୍ଡକୁ ଯାଇ ବିକାଶ କାମର ଅନୁଧ୍ୟାନ କରୁଛନ୍ତି ରେଖା । ଖାଲି ଲୋକଙ୍କ ସହ ନିଜ ବାସ ଭବନରେ ନୁହେଁ ବରଂ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ଭଲମନ୍ଦ ବୁଝୁଛନ୍ତି । ଆଉ ଆଜି ନିଜ ନିର୍ବାଚନମଣ୍ଡଳୀ ଯାଇ ସେଠାକାର ଲୋକଙ୍କ ସମସ୍ୟା ଶୁଣିଛନ୍ତି ମାଡାମ୍ ସିଏମ୍ ।

rekha gupta

ସାଲିମାରବାଗ ପହଞ୍ଚି ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହ ସ୍କୁଲର ସମସ୍ୟା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଛନ୍ତି । ସେହିପରି ସ୍ଥାନୀୟ ଅଞ୍ଚଳର ପାନୀୟ ଜଳ ସମସ୍ୟା, ପରିମଳ ବ୍ୟବସ୍ଥା ଏବଂ ରାସ୍ତା ସମସ୍ୟାର ସମାଧାନ ଦିଗରେ ଗୁରୁତ୍ବ ଦେଇଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ରାସ୍ତାରେ ଚାଲିଚାଲି ମୁକୁଳା ଡ୍ରେନ୍ ବ୍ୟବସ୍ଥା ସହ ଅଧାପନ୍ତରିଆ ରାସ୍ତା ବୁଲି ଏସବୁ ସମସ୍ୟାର ସମାଧାନ ତୁରନ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+