Get Updates
Get notified of breaking news, exclusive insights, and must-see stories!

କେଜରିୱାଲ ସରକାରଙ୍କ ଏହି ‘ଫ୍ରି ସ୍କିମ’କୁ ବନ୍ଦ କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ଦିଲ୍ଲୀରେ ବିଜେପି ସରକାର ହେବା ପରଠାରୁ ଗୋଟିଏ ପ୍ରଶ୍ନ ଉଠିଥିଲା ଆପ ସରକାର ଚଳାଇଥିବା ମାଗଣା ଯୋଜନା ଜାରି ରହିବ ନା ବନ୍ଦ ହୋଇଯିବ? ନିର୍ବାଚନ ପ୍ରଚାର କାଳରେ ବିଜେପି ସ୍ପଷ୍ଟ ଭାବେ କହିଥିଲା ଯେ ସବୁ ଫ୍ରି ସ୍କିମ ଜାରି ରଖାଯିବ। ହେଲେ ଏବେକା ରେଖା ଗୁପ୍ତା ସରକାର ଏକ ବଡ଼ ମାଗଣା ସୁବିଧାକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ଖବର ଜଣାପଡିବା ପରେ ଜାତୀୟ ରାଜଧାନୀରେ ଜନ ଅସନ୍ତୋଷ ଦେଖା ଦେଇଛି। ଉଲ୍ଲେଖଯୋଗ୍ୟ ଯେ ରାଜଧାନୀ ଦିଲ୍ଲୀରେ କେଜରିୱାଲଙ୍କ ଆପ ସରକାର କାଳରେ ଅଟୋରିକ୍ସା, କଳା-ହଳଦିଆ ଟ୍ୟାକ୍ସି ଓ ଇକୋନମୀ କ୍ୟାବସ୍ ର ଫିଟନେସ୍ ଯାଞ୍ଚ ଫିକୁ ସମ୍ପୂର୍ଣ୍ଣ ଛାଡ କରିଦେଇଥିଲେ।

ପୂର୍ବରୁ ଅଟୋ ରିକ୍ସା ପାଇଁ ଏହି ଫି ୨୦୦ ଟଙ୍କା ଥିଲା। ସେହପରି ଟ୍ୟାକ୍ସି ଚାଳକଙ୍କୁ ୪୦୦ ଟଙ୍କା ଦେବାକୁ ପଡୁଥିଲା। ତେବେ ଆପ ସରକାର ୨୦୨୦ ନିର୍ବାଚନ ପରେ ଏହି ଫି ଛାଡ କରିଦେଇଥିବାରୁ ଏ ବାବଦେ ଅଟୋ, ଟ୍ୟାକ୍ସି ଓ କ୍ୟାବ୍ ଚାଳକଙ୍କୁ ଟଙ୍କାଟିଏ ବି ଦେବାକୁ ପଡୁନଥିଲା।

rekha gupta

ହେଲେ ଏବେକା ରେଖା ଗୁପ୍ତାଙ୍କ ବିଜେପି ସରକାର ଏହି ସୁବିଧା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ପରିବହନ ବିଭାଗ ନୂଆ ଆଦେଶ ଜାରି କରିଛନ୍ତି। ଏବେ ରାଜଧାନୀ ଦିଲ୍ଲୀରେ ଟ୍ୟାକ୍ସି ଚାଳକଙ୍କୁ ସେମାନଙ୍କ ଗାଡିର ଫିଟନେସ୍ କରିବା ପାଇଁ ୩୦୦ ଟଙ୍କା ପୈଠ କରିବାକୁ ପଡିବ। ତେବେ ଅଟୋ ଚାଳକଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନାହିଁ। ସେମାନଙ୍କ ବାହନର ଫିଟନେସ ପାଇଁ ନିର୍ଦ୍ଧାରିତ ଶୁଳ୍କ ଲାଗୁ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+