ବଜରଙ୍ଗବାଲିଙ୍କ ଆର୍ଶିବାଦ ନେଲେ କେଜ୍ରିୱାଲ, ସଂନ୍ଧ୍ୟାରେ କରିବେ ରୋଡ଼ ସୋ

ନୂଆଦିଲ୍ଲୀ: ୫୦ ଦିନ ପରେ ତିହାର ଜେଲରୁ ବାହାରିଛନ୍ତି ଅରବିନ୍ଦ କେଜ୍ରିୱାଲ । ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଜାମିନ ପରେ ବାହାରକୁ ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସର୍ବୋଚ୍ଚ ଅଦାଲତ ତାଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ସର୍ଭମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ଜାମିନ ପାଇବା ପରେ ହନୁମାନ ମନ୍ଦିର ଯାଇ ବଜରଙ୍ଗବାଲିଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ।

ଦିଲ୍ଲୀର କନ୍ନଡ ପ୍ଲେସରେ ହନୁମାନ ମନ୍ଦିରରେ ପହଞ୍ଚି ପ୍ରାର୍ଥନା କରିଥିଲେ । କନଡ୍ଡ ପ୍ଲେସରେ ହନୁମାନ ମନ୍ଦିରରେ ପ୍ରାର୍ଥନା କରିବା ପରେ ମୁଖ୍ୟମନ୍ତ୍ରୀ ବାହାରକୁ ଆସିଥିଲେ । ତାଙ୍କ ସହ ତାଙ୍କ ପତ୍ନୀ ସୁନୀତା କେଜରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ମନ୍ଦିର ପରିଦର୍ଶନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

arvind kejriwal

ହନୁମାନଙ୍କ ଆର୍ଶିବାଦ ନେଇ ଆଜିଠୁ ପ୍ରାଚାର ଜୋରଦାର କରିବେ କେଜ୍ରିୱାଲ । ଆଜି ସଂନ୍ଧ୍ୟାରେ କେଜ୍ରିୱାଲ ଦୁଇଟି ରୋଡ୍ ସୋ'ର ଆୟୋଜନ କରିବେ । ଗୋଟିଏ ଦକ୍ଷିଣ ଦିଲ୍ଲୀରେ ଅପରାହ୍ନ ୪ଟା ଏବଂ ଅନ୍ୟଟି ପୂର୍ବ ଦିଲ୍ଲୀରେ ସନ୍ଧ୍ୟା ୬ ଟାରେ ହେବ ବୋଲି ସୂଚନା ରହିଛି । ଏହି ରୋଡ୍ ସୋ'ରେ ସେ ଆପ୍ ପାଇଁ ନିର୍ବାଚନୀ ପ୍ରଚାର କରିବେ ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୧ ତାରିଖରୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ଇଡି ହେପାଜତରେ ଥିବା କେଜ୍ରିୱାଲଙ୍କ ତରଫରୁ ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ତାଙ୍କୁ ଜାମିନ ମିଳିବା ଉଚିତ ବୋଲି କୁହାଯାଇଥିଲା । ତେବେ ତଦନ୍ତକାରୀ ସଂସ୍ଥା ଏହାକୁ ବିରୋଧ କରି କହିଥିଲୋଯେ,

ନିର୍ବାଚନରେ ପ୍ରଚାର କରିବା ମୌଳିକ ଅଧିକାର ନୁହେଁ । ଯଦି କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରାଯାଏ ତେବେ ସମାଜକୁ ଏକ ଭୁଲ ବାର୍ତ୍ତା ଯିବ । ଏହା ସତ୍ତ୍ୱେ ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ବେଞ୍ଚ ଇଡି ର ଯୁକ୍ତି ଶୁଣିବା ପରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+