ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହ ସମୟରେ ହେଲା ପରିବର୍ତ୍ତନ, ବିରୋଧିଙ୍କ ଟାର୍ଗେଟରେ ବିଜେପି

Delhi CM Oath Taking Ceremony: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହର ସମୟରେ ହେଲା ପରିବର୍ତ୍ତନ । ୨୦ ଫେବୃଆରୀ ସକାଳ ୧୧ଟାରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ପୂର୍ବରୁ ଶପଥ ଗ୍ରହଣ ସମୟ ଅପରାହ୍ନ ୪.୩୦ ରେ ସ୍ଥିର କରାଯାଇଥିଲା।

Delhi CM Oath Taking Ceremony

ସେହିପରି ଶପଥ ଗ୍ରହଣ ସମାରୋହ ପୂର୍ବରୁ ଫେବୃଆରୀ ୧୯ ତାରିଖ ଅପରାହ୍ନ ୩.୩୦ ରେ ବିଜେପି ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ନେଇ ସୂଚନା ରହିଛି । କୁହାଯାଉଛି ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଚେହେରା ନେଇ ଆଲୋଚନା ହୋଇପାରେ ।ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଫେବୃଆରୀ ୮ ତାରିଖରେ ପ୍ରକାଶ ପାଇଥିଲା । ହେଲେ ଏହାରି ମଧ୍ୟରେ ୧୦ ଦିନ ବିତି ଗଲାଣି ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯାଇ ନାହିଁ । ଯାହାକୁ ନେଇ ରାଜନୈତୀକ ମାହୋଲ ବେଶ୍ ସରଗରମ ରହିଛି । ବିରୋଧୀ ଦଳ ଏନେଇ ବିଜେପିକୁ ଟାର୍ଗେଟ୍ ମଧ୍ୟ କରୁଛି ।

ଆପର ଦିଲ୍ଲୀ ରାଜ୍ୟ ସଂଯୋଜକ ଗୋପାଳ ରାୟ କହିଛନ୍ତି ଯେ ଭାରତର ଇତିହାସରେ ଏହା ପ୍ରଥମ ଥର ଯେ ବିବାହ ଶୋଭାଯାତ୍ରା ପ୍ରସ୍ତୁତ, ମଣ୍ଡପ ମଧ୍ୟ ପ୍ରସ୍ତୁତ, କିନ୍ତୁ ବିଜେପି ଏପର୍ଯ୍ୟନ୍ତ କିଏ ବର ହେବ ସେ ନେଇ ନିଷ୍ପତ୍ତି ନେଇ ନାହିଁ । ବିଜେପି ସବୁକିଛି କରୁଛି କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ କରି ପାରୁ ନାହିଁ ।

ସୂଚନା ଅନୁସାରେ, ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ ଦିଲ୍ଲୀ ରାମଲୀଳା ମଇଦାନରେ ଅନୁଷ୍ଠିତ ହେବ। ଏ ନେଇ ପ୍ରସ୍ତୁତି ଜାରି ରହିଛି । ୨୬ ବର୍ଷ ପରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଫେରିଛି। ୭୦ଟି ଆସନରୁ ୪୮ଟି ଆସନ ହାତେଇବାରେ ବିଜେପି ସଫଳ ହୋଇଛି । ଏବେ କେବଳ ଅପେକ୍ଷା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନାମ ଘୋଷଣାକୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+