ରେଖା ସରକାରଙ୍କ ନୂଆ ନିୟମ , ମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଧରିବେ ଦାମୀ ମୋବାଇଲ୍ ଫୋନ୍‌

ଜାତୀୟ ରାଜଧାନୀ ଦିଲ୍ଲୀରେ ରେଖା ସରକାର ନୂଆ ନିୟମ ଲାଗୁ କରିଛନ୍ତି। ଯାହା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀମାନେ ସରକାରୀ ଅର୍ଥରେ ଦାମୀ ମୋବାଇଲ୍ ଫୋନ୍ କିଣିପାରିବେ । ଏହାସହିତ ସେମାନଙ୍କ ବାସଭବନରେ ଥିବା ଲ୍ୟାଣ୍ଡଲାଇନ୍ ବିଲର ସମ୍ପୂର୍ଣ୍ଣ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ । ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି କରାଯାଇଥିବା ନୂତନ ନିୟମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବର୍ତ୍ତମାନ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ କିଣିପାରିବେ ।

ଯେତେବେଳେ କି କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ପାଇଁ ଏହି ସୀମା ଲକ୍ଷେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି । ଏହା ୨୦୧୩ ମସିହାର ଏକ ଦଶନ୍ଧି ପୁରୁଣା ସର୍କୁଲାରକୁ ବଦଳାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ୫୦,୦୦୦ ଟଙ୍କା ଏବଂ ମନ୍ତ୍ରୀମାନଙ୍କ ପାଇଁ ୪୫,୦୦୦ ଟଙ୍କାର ସୀମା ଥିଲା । ସରକାରଙ୍କ କହିବା ଅନୁଯାୟୀ, ବରିଷ୍ଠ ଅଧିକାରୀମାନଙ୍କୁ ଆଧୁନିକ ଯୋଗାଯୋଗ ଉପକରଣ ଯୋଗାଇଦେବା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଛି ।

rekha gupta

ଏହି ନୂତନ ନିୟମ କେବଳ ମୁଖ୍ୟମନ୍ତ୍ରୀ କି ମନ୍ତ୍ରୀମାନଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ ବରିଷ୍ଠ ଅଧିକାରୀମାନଙ୍କ ପାଇଁ ମଧ୍ୟ ଲାଗୁ ହୋଇଛି । ମୁଖ୍ୟ ସଚିବ ବର୍ତ୍ତମାନ ୮୦,୦୦୦ ରୁ ୧ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଫୋନ୍ କିଣିପାରିବେ । ଯାହାର ପୂର୍ବ ସୀମା ୩୦,୦୦୦ ରୁ ୪୦,୦୦୦ ଟଙ୍କା ଥିଲା । ନିୟମ ଅନୁସାରେ କିଣାଯାଇଥିବା ମୋବାଇଲ୍ ଫୋନ୍ ସାଧାରଣତଃ ଦୁଇ ବର୍ଷ ମଧ୍ୟରେ ବଦଳାଯାଇ ପାରିବ ନାହିଁ । ଯଦି ମରାମତି ଖର୍ଚ୍ଚ ଫୋନର ମୂଳ ମୂଲ୍ୟର ୫୦% ରୁ ଅଧିକ ହୁଏ, ତେବେ ଏହାକୁ ବଦଳାଇବା ପାଇଁ ଅନୁମତି ଦିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+