ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ
Delhi CM Atishi May Be Arrested In Fake Case: ବୁଧବାର ଦିନ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଦିଲ୍ଲୀ ସରକାରଙ୍କର ଯୋଜନାକୁ ବନ୍ଦ କରିଥିବାର ଅଭିଯୋଗ କରିଛନ୍ତି । ସେ ଆହୁରି ଦାବି କରିଛନ୍ତି ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଏକ ମିଛ ମାମଲାରେ ଗିରଫ କରାଯାଇ ପାରେ । କେଜ୍ରିୱାଲଙ୍କ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସୂଚନା ଦେଇଛନ୍ତି ଉକ୍ତ ସ୍ଥାନରେ ଆତିଶୀ ମଧ୍ୟ ଉପସ୍ଥିତ ଥିଲେ।
ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ବିଜେପି 10 ବର୍ଷ ମଧ୍ୟରେ କିଛି କରିନାହାଁନ୍ତି । ଯଦି ତାଙ୍କୁ ଭୋଟ୍ ଦିଆଯାଏ ତେବେ ସେ କ'ଣ କରିବେ ତାହା କହିପାରିବେ ନାହିଁ? କେବଳ କେଜ୍ରିୱାଲଙ୍କର ନିନ୍ଦା କରିବା ଜାରି ରଖିଛନ୍ତି । ସେମାନେ ଦୁର୍ବ୍ୟବହାର କରୁଛନ୍ତି। ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ନାହିଁ କି ଏଜେଣ୍ଡା ନାହିଁ । ଆମେ ବିଦ୍ୟାଳୟ, ଡାକ୍ତରଖାନା, ବିଦ୍ୟୁତ୍, ଜଳ, ବସ୍ ଯାତ୍ରା, ତୀର୍ଥଯାତ୍ରା ବିଷୟରେ ଆଲୋଚନା କରୁଛୁ । ତେଣୁ ଆମକୁ ଭୋଟ୍ ଦେବା ଉଚିଚ୍ ।

ସେ ଆହୁରୀ କହିଛନ୍ତି, "ଆମେ ଦୁଇଟି ଯୋଜନା ଘୋଷଣା କରିଛୁ। ଯଦି ନିର୍ବାଚନରେ ଯଦି ଆମ ଦଳର ବିଜୟ ହେଉଛି ତେବେ ଆମେ ଏହି ଯୋଜନା ଆରମ୍ଭ କରିବୁ । ନିର୍ବାଚନ ଜିତିଲେ ମହିଳା ସମ୍ମାନ ଯୋଜନା ଏବଂ ସଞ୍ଜୀବନୀ ଯୋଜନା କାର୍ଯ୍ୟକାରୀ କରିବ ଆପ୍ ।
आम आदमी पार्टी दिल्ली चुनाव जीत रही है। वो हमें रोकने की साज़िश कर रहे हैं लेकिन वे कभी कामयाब नहीं होंगे। @ArvindKejriwal जी LIVE https://t.co/PNV16OrLjT
— AAP (@AamAadmiParty) December 25, 2024
ସୂଚନା ଅନୁଯାୟୀ, ନିକଟରେ ଇଡି, ସିବିଆଇ ଏବଂ ଆଇଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଖୁବ୍ ଶୀଘ୍ର ଆମର ସମସ୍ତ ନେତାଙ୍କୁ ଟାର୍ଗେଟ୍ କରାଯାଇ ପାରେ ବୋଲି କେଜ୍ରିୱାଲ ଦାବି କରିଛନ୍ତି ।ପରିବହନ ବିଭାଗରେ ଏକ ମିଛ କେଶରେ ଆତିଶୀଙ୍କୁ ଗିରଫ କରାଯାଇ ପାରେ ବୋଲି ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ।












Click it and Unblock the Notifications