ଜେଲରେ ବିଗିଡିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା

Delhi CM Arvind Kejriwal Health Update: ଗିଗିଡ଼ାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ । ଇଡି ହେପାଜତରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିବା ନେଇ ସୂଚନା ରହିଛି । ତାଙ୍କ ସୁଗାର ଲେବଲ୍ ହଠାତ୍ କମିବାରେ ଲାଗିଛି । ସିଏମ କେଜ୍ରିୱାଲଙ୍କ ସୁଗାର ଲେବଲ୍ ୪୬କୁ ଖସି ଆସିଛି। ତେବେ ଏହା ବିପଜ୍ୱନକ ବୋଲି ଡାକ୍ତରମାନେ କହିଛନ୍ତି।

Delhi CM Arvind Kejriwal


ଏହାପୂର୍ବରୁ ବୁଧାବାର ଦିନ କେଜ୍ରିୱାଲଙ୍କ ପତ୍ନୀ ସୋସିଆଲ ମିଡିଆରେ ସୂଚନା ଦେଇ କହିଥିଲେ ଯେ, ସେ ମଙ୍ଗଳବାର ସନ୍ଧ୍ୟାରେ ଜେଲରେ ତାଙ୍କ ସ୍ୱାମୀଙ୍କୁ ଭେଟିବାକୁ ଯାଇଥିଲେ। ତାଙ୍କର ମଧୁମେହ ବା ଡାଇବେଟିସ୍ ଅଛି ଏବଂ ତାଙ୍କ ସୁଗାର ଲେବଲ୍ କମିବାରେ ଲାଗିଛି । ସେ ଜଣେ ପ୍ରକୃତ ଦେଶପ୍ରେମୀ, ନିର୍ଭୀକ ଏବଂ ସାହସୀ ବ୍ୟକ୍ତି ।

ତାଙ୍କୁ ଦୀର୍ଘ ଜୀବନ, ​​ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ । ଜେଲରେ ଥାଇ କେଜ୍ରିୱାଲ କହିଛନ୍ତି, ମୋ ଶରୀର ଜେଲରେ ଅଛି । କିନ୍ତୁ, ଆତ୍ମା ​​ତୁମ ସମସ୍ତଙ୍କ ମଧ୍ୟରେ ଅଛି । ଆପଣ ମାନେ ଆଖି ବନ୍ଦ କର ମୋତେ ନିଜ ଚାରିପଟେ ଅନୁଭବ କରିବ ।

ଏହା ବ୍ୟତୀତ ସୁନୀତା କେଜ୍ରିୱାଲ ଆହୁରି କହିଛନ୍ତି, ଚଢାଉ ବେଳେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ କିଛି ଟଙ୍କା ମିଳିନଥିଲା । ଆସନ୍ତା କାଲି ଅର୍ଥାତ ୨୮ ମାର୍ଚ୍ଚରେ କୋର୍ଟରେ କେଜ୍ରିୱାଲ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବଡ଼ ଖୁଲାସ କରିବେ । ଆମ୍ ଆଦମୀ ପାର୍ଟି (AAP) ଜାତୀୟ ସଂଯୋଜକ କେଜ୍ରିୱାଲଙ୍କୁ ୨୧ ମାର୍ଚ୍ଚ ୨୦୨୪ରେ ଏକ୍ସାଇଜ୍ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା ଏବଂ କୋର୍ଟ ତାଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଏଜେନ୍ସିର ହେପାଜତକୁ ପଠାଇଥିଲେ।

ସୁନୀତା କେଜ୍ରିୱାଲ କହିଛନ୍ତି ଯେ, ତାଙ୍କ ସ୍ୱାମୀ ୨୮ ମାର୍ଚ୍ଚ ୨୦୨୪ରେ ଏହି ସ୍କାମରୁ ନେଇ ସମସ୍ତ ତଥ୍ୟ ଏବଂ ପ୍ରମାଣ ଉପସ୍ଥାପନା କରିବେ । 'ଦୁଇ ବର୍ଷର ଅନୁସନ୍ଧାନ ପରେ ମଧ୍ୟ ଇଡି ହାତରେ ଗୋଟିଏ ଟଙ୍କା ବି ଲାଗି ନାହିଁ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଚଢାଉ କରିବା ସମୟରେ ମାତ୍ର ୭୩ ହଜାର ଟଙ୍କା ପାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+