ମୁଁ ଜେଲ ଯାଉଛି କେବେ ଫେରିବି ଜଣାନାହିଁ : ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରୁ ମିଳିଥିବା ୨୧ ଦିନର ଅନ୍ତରୀଣ ଜାମିନ ଅବଧି ଶେଷ ହେବା ପରେ ଅରବିନ୍ଦ କେଜ୍ରିୱାଲ । ଏହାପୂର୍ବରୁ କେଜ୍ରିୱାଲ ନିଜ ବାସଭବନରୁ ବାହାରି ରାଜଘାଟ ଯାଇଥିଲେ । ସେଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପ ଅର୍ପଣ କରିଥିଲେ । ଓ ତାପରେ କନଟପ୍ଲେସରେ ଥିବା ହନୁମାନ ମନ୍ଦିର ଯାଇ ଦର୍ଶନ କରିଥିଲେ ।

ଏହା ପୂର୍ବରୁ ସେ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟି କହିଥିଲେ ଯେ ସେ ପୁଣି ଜେଲ ଯାଉଛନ୍ତି, କେବେ ଫେରିବେ ଜଣାନାହିଁ । ଜେଲରେ ତାଙ୍କ ସହ କିପରି ବ୍ୟବହାର କରାଯିବ ସେ ତାହା ଜାଣିନାହାନ୍ତି । ଏହା ସହ ଆତ୍ମସମର୍ପଣ କରିବାକୁ ଘରୁ ବାହାରିବା ବେଳେ କେଜ୍ରିୱାଲ ନିଜ ପିତାମାତାଙ୍କ ଠାରୁ ଆଶୀର୍ବାଦ ନେଇଥିଲେ ଓ ପିଲାମାନଙ୍କୁ ଆଲିଙ୍ଗନ କରିଥିଲେ ।

arvind kejriwal

କେଜ୍‌ରିୱାଲଙ୍କ ଆତ୍ମସମର୍ପଣ ପୂର୍ବରୁ ତିହାର ସୂତ୍ରରୁ ପ୍ରକାଶ ଯେ ଜେଲରେ ପହଞ୍ଚିବା ମାତ୍ରେ ସମସ୍ତ କାଗଜପତ୍ର ଶେଷ ହେବା ପରେ ତିହାର ପ୍ରଶାସନ ତାଙ୍କ ଡାକ୍ତରୀ ଯାଞ୍ଚ କରିବ । ଏଥିରେ ସେମାନଙ୍କର ସୁଗାର ସ୍ତରରୁ ଓଜନ ପର୍ଯ୍ୟନ୍ତ ସବୁକିଛି ପରୀକ୍ଷା କରାଯିବ । ପରେ ତାଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଉସ ଆଭେନ୍ୟୁ କୋର୍ଟରେ ହାଜର କରାଯିବ ।

ଦିଲ୍ଲୀ ମଦ ନୀତିରେ ଅର୍ଥ ହେରଫେର ଅଭିଯୋଗରେ ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମାର୍ଚ୍ଚରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା । ଲୋକସଭା ନିର୍ବାଚନ ପ୍ରଚାର ପାଇଁ ସେ ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ସର୍ବୋଚ୍ଚ ଅଦାଲତ ମଧ୍ୟ ତାଙ୍କୁ ୨୧ ଦିନିଆ ଅନ୍ତରୀଣ ଜାମିନ ଦେଇଥିଲେ । ମେ ୧୦ରୁ କେଜ୍ରିୱାଲ ଜାମିନରେ ଆସିଥିବାରୁ ଗତକାଲି(ଜୁନ୍ ୧)ରେ ଅବଧି ଶେଷ ହୋଇଛି । ତେଣୁ ନିୟମ ଅନୁସାରେ ସେ ଆଜି ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+