Breaking: ମଦ ଦୁର୍ନୀକି ମାମଲା: ଜେଲ୍ ଗଲେ କେଜରିୱାଲ

Arvind Kejriwal Arrest: ମଦ ଦୁର୍ନୀକି ମାମଲାରେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ଇଡି ରିମାଣ୍ତ ଅବଧି ଶେଷ ହେବା ପରେ ତାଙ୍କୁ ଦିଲ୍ଲୀର ଏକ କୋର୍ଟ କେଜ୍ରିୱାଲଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

Arvind Kejriwal Arrest

ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ତ ଅବଧି ଶେଷ ହେବା ପରେ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ କୋର୍ଟରେ ହାଜର କରାଯାଇଥିଲା ଏବଂ ତାଙ୍କୁ ବିଚାର ବିଭାଗୀୟ ହାଜତରେ ରଖିବା ପାଇଁ କୋର୍ଟଙଅକ ନିକଟକେ ଆବେଦନ କରିଥିଲା ଇଡି । ଆଜି କୋର୍ଟରେ ହାଜର ହେବା ପୂର୍ବରୁ କେଜ୍ରିୱାଲ ସିଧା ସଳଖ ମୋଦିଙ୍କୁ ଟାର୍ଗେଟ୍ କରି କହିଥିଲେ, ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି କିଛି ଠିକ୍ କରୁନାହାଁନ୍ତି ।

ସୂଚନାଥାଉ ଯେ, ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା । ଯାହା ପରେ ତାଙ୍କୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଥମେ ଇଡି ରିମାଣ୍ତରେ ନେଇଥିଲା । ଯାହା ପରେ ପୁଣି ରିମାଣ୍ତ ଅବଧି ବଢାଯାଇ ୧ ଏପ୍ରିଲ୍ କରିବା ପାଇଁ କୋର୍ଟଙ୍କ ଅନୁମତି ମାଗିଥିଲା ଇଡି । ସେହିପରି ଆଜି କୋର୍ଟ କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।


ଅନ୍ୟରଟେ ଇଡି କୋର୍ଟରେ ଅଭିଯୋଗ ଆଣିଛି ଯେ, କେଜ୍ରିୱାଲ ଯାଞ୍ଚରେ ସହଯୋଗ କରୁନାହାଁନ୍ତି । ଏପରିକି ନିଜ ମୋବାଇଲ ଫୋନର ପାସୱାର୍ଡ କେଜ୍ରିୱାଲ ଦେଉ ନାହାଁନ୍ତି ଏବଂ କିଛି ସଠିକ୍ ଉତ୍ତର ଦେଉ ନାହାଁନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପୂର୍ବରୁ ଆମ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂ, ମନୀଷ ସିସୋଦିଆ ଏବଂ ସତ୍ୟନ୍ଦ୍ରେ ଜୈନଙ୍କୁ ତିହାଡ଼ ଜେଲରେ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+