ଶାହାରୁଖଙ୍କ ଫିଲ୍ମ 'ଜୱାନ'ର ପ୍ରଶଂସା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, କହିଲେ ଧର୍ମ ନାଁରେ ଭୋଟ୍ ଦିଅ ନାହିଁ...

Arvind Kejriwal Praised Jawan: ବଲିଉଡର କିଙ୍ଗ ଖାନ ତଥା ଶାହରୁଖ ଖାନଙ୍କ ଫିଲ୍ମ 'ଜୱାନ' ବର୍ତ୍ତମାନ ପ୍ରେକ୍ଷାଳୟରେ ନିଜ କମାଲ୍ ଦେଖାଉଛି । ଏହି ଫିଲ୍ମରେ ଶାହାରୁଖଙ୍କ ଅଭିନୟ ବେଶ୍ ପ୍ରଶଂସା ସାଉଁଟୁଛି । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ବମ୍ପର ରୋଜଗାର କରୁଛି । ସେହିପରି ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ 'ଜୱାନ'ଫିଲ୍ମର ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି ।

arvind kejriwal - jawan

ସିଏମ୍ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ଅମୃତସର ଗସ୍ତରେ ଅଛନ୍ତି । ଯେଉଁଠି ସେ ଶାହାରୁଖ ଖାନଙ୍କ ଫିଲ୍ମ 'ଜୱାନ'ର ବେଶ୍ ପ୍ରଶଂସା କରୁଛନ୍ତି । ସିଏମ୍ କହିଛନ୍ତି, ସେ ଏପର୍ଯ୍ୟନ୍ତ ଏହି ଫିଲ୍ମ ଦେଖି ନାହାଁନ୍ତି ହେଲେ ଏହି ସିନେମାର କ୍ରେଜ୍ ଖୁବ ଅଧିକ ରହିଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, 'ଯେପରି ଶାହାରୁଖ ଖାନ ଫିଲ୍ମରେ କହିଛନ୍ତି ଯେ ଯଦି କେହି ଭୋଟ୍ ମାଗିବାକୁ ଆସନ୍ତି, ତେବେ ଧର୍ମ ନାମରେ ଭୋଟ୍ ଦିଅ ନାହିଁ । ଜାତି ନାମରେ ଭୋଟ୍ ଦିଅ ନାହିଁ । ବରଂ, ଯେତେବେଳେ ବି କେହି ଭୋଟ୍ ମାଗିବାକୁ ଆସନ୍ତି, ତାଙ୍କୁ ପଚାର ଯେ ତୁମେ ମୋ ପିଲାମାନଙ୍କୁ ଭଲ ଶିକ୍ଷା ଦେବ କି ? ଯଦି ମୋ ପରିବାର ଅସୁସ୍ଥ ଅଛନ୍ତି, ତାଙ୍କ ପାଇଁ ଚିକିତ୍ସା ପାଇଁ ବ୍ୟବସ୍ଥା କରିବ କି । ଏପରି ହିଁ ହେବା ଉଚିତ୍ ।

ଅରବିନ୍ଦ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, 75 ବର୍ଷ ପରେ ମଧ୍ୟ ଦେଶରେ କେବଳ ଗୋଟିଏ ଦଳ ଅଛନ୍ତି ଯିଏ ଉଚ୍ଚ ସ୍ୱରରେ କହୁଛି ଯେ ତୁମେ ଆମକୁ ଭୋଟ୍ ଦିଅ ଆମେ ତୁମ ପିଲାମାନଙ୍କୁ ଶିକ୍ଷା ଦେବୁ ଏବଂ ସେହି ପାର୍ଟି ହେଉଛି ଆମ ଆଦମୀ ପାର୍ଟି ।

ଫିଲ୍ମ 'ଜବାନ୍' ବିଷୟରେ କହିବାକୁ ଗଲେ ଫିଲ୍ମ ପ୍ରଥମ ଦିନରେ 75 କୋଟି ଟଙ୍କାର ରୋଜଗାର କରିଥିଲା । ବର୍ତ୍ତମାନ ଏହାର ରିଲିଜ୍ ହେବାର 7 ଦିନ ବିତିଗଲାଣି । ଏହି ସାତ ଦିନ ମଧ୍ୟରେ ଫିଲ୍ମ ଅନେକ ରେକର୍ଡ ବ୍ରେକ୍ କରିଛି । ଚଳଚ୍ଚିତ୍ରଟି ଆଜି ଯଦି 21.50 କୋଟି ଟଙ୍କାର ବ୍ୟବସାୟ କରେ ତେବେ ସପ୍ତମ ଦିନରେ ଫିଲ୍ମର ମୋଟ ଆୟ 366.08 କୋଟିରେ ପହଞ୍ଚିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+